କଟକ ସହରରୁ ଆଜି ୩୪୩ ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୨୦୦ ଜଣ

କଟକ: ଆଜି କଟକ ସହରରୁ ମୋଟ ୩୪୩ ଜଣ ନୂଆ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରେ ୧୪୩ ଜଣ ସଂଗରୋଧ ଓ ୨୦୦ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ସଂଗରୋଧରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୫ ଜଣ କୋଭିଡ ଯୋଦ୍ଧା, ୩୪ ଜଣ ପୁରୁଷ ଓ ୧୩ ଜଣ ମହିଳା ଅଛନ୍ତି । ଗୃହ ସଂଗରୋଧରୁ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅରୁଣଦୋୟ ନଗରରୁ ୮ ଜଣ, ସିଡିଏ ସେକ୍ଟର-୧୦ରୁ ୭ ଜଣ, ଭାନପୁରରୁ ୬ ଜଣ, ସିଡିଏ ସେକ୍ଟର-୬, ବିଦ୍ୟାଧରପୁରରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୫୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ କଟକ ସହରରୁ ୩୪୩ ଜଣ ଅଛନ୍ତି । ତେବେ ଏଯାଏଁ କଟକ ସହରରୁ ୧୦ ହଜାର ୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୭ ହଜାର ୯୦୩ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୨ ହଜାର ୬୩୩ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୪୦ ଜଣଙ୍କର ପ୍ରାଣହାନୀ ଘଟିଛି ।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ମଙ୍ଗଳବାଗରୁ ୧୩ ଜଣ, ଚାଉଳିଆଗଂଜରୁ ୧୨ ଜଣ, ବିଡ଼ାନାସୀରୁ ୧୧ ଜଣ, ନୟାବଜାରରୁ ୧୦ ଜଣ, ଜଗତପୁର, ମହାନଦୀ ବିହାରରୁ ୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ତେଲେଙ୍ଗାବଜାର, ସିଡିଏ ସେକ୍ଟର-୧୦ରୁ ୭ ଜଣ ଲେଖାଏଁ, ବାଦାମବାଡ଼ି, ମଧୁପାଟଣା, ଗୋପାଳପୁରରୁ ୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର