ଝାରସୁଗୁଡ଼ା: ଲକ୍ଡାଉନ୍ ସମୟରେ ମଦ ଦୋକାନ ଗୁଡ଼ିକ ବନ୍ଦ ରହିଥିବାରୁ ବେଆଇନ ମଦ କାରବାର ବହୁ ଗୁଣରେ ବୃଦ୍ଧି ପାଇଛି। ଝାରସୁଗୁଡ଼ା ସହର ବିଟିଏମ୍ ଫାଣ୍ଡି ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଜଣଙ୍କ ଘରେ ଚଢ଼ାଉ କରାଯାଇ ବିଦେଶୀ ମଦ ୩୩୬ ବୋତଲ ( ୬୦.୪୮୦ ଲିଟର) ଏବଂ ବିୟର ୧୨ ବୋତଲ ( ୭୮.୮ ଲିଟର) ଜବତ କରାଯାଇଛି। ଏହି ବେଆଇନ କାରବାରରେ ସଂପୃକ୍ତ ଭ୍ରମର ପରିଡ଼ାକୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ କର୍ଣ୍ଣ ପରିଡ଼ା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ନରୋତ୍ତମ ମିଶ୍ର ଓ ଝାରସୁଗୁଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଭୈରବ ସାହୁ ତଥା ଅନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
/sambad/media/post_attachments/wp-content/uploads/2020/04/Jsg_Liqar-1024x461.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Jsg_Liqire.jpeg)