ଝାରସୁଗୁଡ଼ା: ୨୦୧୬-୧୭ ଖରିଫ ଋତୁରେ କଷ୍ଟମ ମିଲିଂ ପାଇଁ ଧାନ ନେଇଥିବା ଝାରସୁଗୁଡ଼ା ସରବାହାଲ ଅଞ୍ଚଳରେ ଥିବା ବଜରଙ୍ଗବଲି ରାଇସ ମିଲ ନର୍ଦିଷ୍ଟ ସମୟସୀମା ମଧ୍ୟରେ ଚାଉଳ ଦେଇ ନପାରି ଏବେ ହରଡ଼ଘଣାରେ ପଡ଼ିଯାଇଛି। ମିଲର ପାଖରେ ୩୪, ୫୭୪.୮୧ କୁଇଣ୍ଟାଲ ଚାଉଳ ଯୋଗାଣ ବିଭାଗକୁ ଦେଇନଥିବା ଜଣାଯାଇଛି ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ ପକ୍ଷରୁ ସାଧାରଣ ପରିଚାଳକ (ଧାନକ୍ରୟ)ଙ୍କ ଚିଠି ନମ୍ବର ୧୭୬୦୬/୨୪.୧୦.୧୭ରୁ ଜଣାଯାଇଛି ଯେ ବଜରଙ୍ଗବଲି ରାଇସ ମିଲ ଗତ ୨୦୧୬-୧୭ ଖରିଫ ଋତୁରେ ବିଭିନ୍ନ ପ୍ୟକ୍ସ ମାଧ୍ୟମରେ ମୋଟ ୭୯,୩୮୮.୬୭ କୁଇଣ୍ଟାଲ ଧାନ ଉଠାଇଥିବା ବେଳେ କଷ୍ଟମ ମିଲିଂ ଚାଉଳ ବାବଦରେ ସେ ଯୋଗାଣ ବିଭାଗକୁ ୫୩,୯୮୪.୩୦ କୁଇଣ୍ଟାଲ ଚାଉଳ ଯୋଗାଇବା ପାଇଁ ଏଗ୍ରିମେଣ୍ଟ ହୋଇଥିଲା। ମାତ୍ର ଉକ୍ତ ମିଲର ଗତ ୧୫.୧୦.୧୭ ପଯ୍ୟର୍ନ୍ତ ମାତ୍ର ୧୯,୪୦୯.୪୯ କୁଇଣ୍ଟାଲ ଚାଉଳ ଯୋଗାଇଛି। ବାକି ଥିବା ୩୪,୫୭୪.୮୧ କୁଇଣ୍ଟାଲ ଚାଉଳ ୩୦.୯.୧୭ ପଯ୍ୟର୍ନ୍ତ ଯୋଗାଇବା କଥା। ମାତ୍ର ଏଥିରେ ମିଲର ଅସଫଳ ହେବାରୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ଯୋଗାଣ ନିଗମକୁ ଅବଗତ କରାଯାଇଥିଲା ।
ଯୋଗାଣ ବିଭାଗ ମିଲର ଉପରେ କାଯ୍ୟର୍ାନୁଷ୍ଠାନ ନେବା ପୂର୍ବରୁ ସେ ଯେଉଁ ପ୍ୟାକ୍ସଗୁଡ଼ିକରୁ ଚାଉଳ ଉଠାଇଛି ତାର ତାଲିକା, ଏଗ୍ରିମେଣ୍ଟ୍ ସହିତ ଆବଶ୍ୟକ କାଗଜପତ୍ର ପଠାଇବାକୁ ୨୦.୧୦.୧୭ରେ ଜିଲ୍ଲା ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଯୋଗାଣ ବିଭାଗ ଏହା ଉପରେ କୌଣସି କାଯ୍ୟାର୍ନୁଷ୍ଠାନ ଗ୍ରହଣ କରିନଥିଲା। ଏହାପରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଚିଠି ନମ୍ବର ୧୮୬୪୧/୮-୧୧-୧୭ରେ ଆଉ ଏକ ଚିଠିରେ ଉପରୋକ୍ତ ତଥ୍ୟ ୩ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଉତ୍ତରରେ ଜିଲ୍ଲା ଯୋଗାଣ ବିଭାଗ ସମସ୍ତ କାଗଜପତ୍ର ସହିତ ଏହି ମିଲର ନାମରେ ଥାନାରେ ଏଫ୍ଆଇଆର୍ ଦାଖଲ କରିବାକୁ ଅନୁମତି ମାଗିଛନ୍ତି। ମାତ୍ର ରାଜ୍ୟ ଯୋଗାଣ ବିଭାଗଠାରୁ ଏ ପଯ୍ୟର୍ନ୍ତ କୌଣସି ନିର୍ଦ୍ଦେଶ ଆସିନଥିବା ଜିଲ୍ଲା ଯୋଗାଣ ଅଧିକାରୀ ପିଡ଼ିଏମ୍ ଖୋସଲା କହିଛନ୍ତି। ଚାଉଳ ଯୋଗାଣରେ ବ୍ୟତିକ୍ରମ କରିବା ପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଉକ୍ତ ରାଇସ୍ ମିଲରେ ଚଢ଼ଉ କରାଯାଇଥିଲା। ସେଠାରେ ଧାନ କିମ୍ବା ଚାଉଳ ଗଚ୍ଛିତ ନଥିବାରୁ ରାଜ୍ୟ ଯୋଗାଣ ନିଗମକୁ ଅବଗତ କରାଯାଇଥିଲା ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଖୋସଲା କହିଛନ୍ତି। ଇତି ମଧ୍ୟରେ ରାଜ୍ୟ ଯୋଗାଣ ନିଗମ ବାକିଥିବା କଷ୍ଟମ ମିଲିଂ ଚାଉଳ ଦାଖଲର ଶେଷ ତାରିଖ ଚଳିତ ମାସ ୩୧ ତାରିଖ ପଯ୍ୟର୍ନ୍ତ ବୃଦ୍ଧି କରିଥିବାରୁ ଏହି ସମୟ ପରେ ସଂପୃକ୍ତ ମିଲର ବିରୋଧରେ ମାମଲା ରୁଜୁ ହୋଇପାରେ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି।
ମାମଲା ରୁଜୁ ପାଇଁ ଅନୁମତି ଲୋଡ଼ିଲେ
୩୪ ହଜାର କୁଇଣ୍ଟାଲ କଷ୍ଟମ ମିଲିଂ ଚାଉଳ ବାକି
/sambad/media/post_attachments/wp-content/uploads/2017/11/application.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)