ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଦେଶୀ ମଦ ତିଆରି ବ୍ୟାପକ ହେଲାଣି। ଘଞ୍ଚ ଜଙ୍ଗଲ ଭିତରେ ପୁଲିସ ପହଞ୍ଚିପାରୁନଥିବାରୁ ଅନାୟାସରେ ମଦ ପ୍ରସ୍ତୁତି ଓ ଚୋରାଚାଲାଣ କରାଯାଉଛି। ବିଳମ୍ବ ହେଉ ପଛେ, ଆଜି ସୀମାନ୍ତ ଜରୈକେଲା ଅଞ୍ଚଳରେ ଅବକାରୀ ପୁଲିସ ଅତର୍କିତ ଚଢ଼ଉ କରିଛି। ଚଢ଼ଉ ବେଳେ ପୁଲିସ ପ୍ରାୟ ୩୫ କ୍ବିଣ୍ଟାଲ ମହୁଲ ପୋଚ ଜବତ କରିଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ମୋବାଇଲ ସ୍କ୍ବାଡ୍ ସବ୍ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ନେତୃତ୍ବରେ ଆଜି ପୂର୍ବାହ୍ନରେ ଚଢ଼ଉ କରାଯାଇଥିଲା। ତେବେ ମଦ ପ୍ରସ୍ତୁତିରେ ମାତିଥିବା ଲୋକ ପୁଲିସ ଚଢ଼ଉ ବିଷୟରେ କୌଣସି ସୂତ୍ରରୁ ସୂଚନା ପାଇ ଚମ୍ପଟ ମାରିଥିଲେ। ଅବକାରୀ ପୁଲିସ ଘଟଣାସ୍ଥଳରୁ ପ୍ରାୟ ୩୫ କ୍ବିଣ୍ଟାଲ ମହୁଲ ପୋଚରେ ଭର୍ତ୍ତି ୧୨ଟି ଡ୍ରମ୍ ଜବତ କରିଛି।
ସୀମାନ୍ତରେ ଅବକାରୀ ଚଢ଼ଉ; ୩୫ କ୍ବିଣ୍ଟାଲ ମହୁଲ ପୋଚ ଜବତ
/sambad/media/post_attachments/wp-content/uploads/2023/09/bf0cf19b-b457-427b-8766-1a53f020935e.jpeg)