ସରକାରଙ୍କ ବିନା ମଞ୍ଜୁରୀରେ ମଣ୍ଡି ପରିଚାଳନାରେ ବ୍ୟାପକ ଅର୍ଥ ବ୍ୟୟ ଘଟଣା: ୩୭ ଜଣ ଲ୍ୟାମ୍ପସ ଏମ୍ଡିଙ୍କ ବିରୋଧରେ ମାମଲା ରୁଜୁ
ଜୟପୁର: ସରକାରଙ୍କ ବିନା ମଞ୍ଜୁରୀରେ ମଣ୍ଡି ପରିଚାଳନାରେ ବ୍ୟାପକ ଅର୍ଥ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲା। ଗତ ଦୁଇ ବର୍ଷରେ ସରକାରଙ୍କ ୪ କୋଟି ୧୦ ଲକ୍ଷ ୩୬ ହଜାର ୨୭୯ ଟଙ୍କା ଅଧିକ ଖର୍ଚ୍ଚ ହୋଇଥିଲା। ଏହି ଅଭିଯୋଗ ପରେ ଭିଜିଲାନ୍ସ ମାମଲାର ତଦନ୍ତ ଆରମ୍ଭ କରିଥିଲା। କାଗଜପତ୍ର ଯାଞ୍ଚ ପରେ ପ୍ରମାଣକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ବୁଧବାର କୋରାପୁଟ ଜିଲ୍ଲାର ୩୭ ଜଣ ଲ୍ୟାମ୍ପସ ଏମ୍ଡିଙ୍କ ବିରୋଧରେ ମଣ୍ଡି ପରିଚାଳନାରେ ବ୍ୟାପକ ଅର୍ଥ ଆତ୍ମସାତ ହୋଇଥିବା ନେଇ ଜୟପୁର ଭିଜିଲାନ୍ସ ମାମଲା ରୁଜୁ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାରେ ମଣ୍ଡିରେ ଧାନ କିଣିବା ବେଳେ ଚାଷୀଙ୍କ ଧାନ ବସ୍ତାକୁ ଖୋଲିବା, ଓଜନ କରିବା ଓ ପରେ ଏହାକୁ ବସ୍ତାରେ ରିପ୍ୟାକିଂ କରିବା ପାଇଁ ସରକାର କ୍ୱିଣ୍ଟାଲ ପିଛା ୫ ଟଙ୍କା ୬୭ପଇସା ସ୍ୱତନ୍ତ୍ର ଦର ଧାର୍ଯ୍ୟ କରିଥିଲେ। ହେଲେ ନିୟମ ଉଲ୍ଲଂଘନ କରି କ୍ୱିଣ୍ଟାଲ ପିଛା ୮ ଟଙ୍କା ୮ପଇସା ଲେଖାଏଁ ଖର୍ଚ୍ଚ କରିଥିବା ଦେଖାଇଥିଲେ।