ବ୍ରହ୍ମପୁର: କରୋନାକୁ ପ୍ରତିହତ କରିବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନେଇଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲାରେ ସମୂହ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଯାଞ୍ଚର ଦ୍ୱିତୀୟ ଦିବସ ସୁଦ୍ଧା ୩ ହଜାର ୭୫୯ ଜଣ ସାମାନ୍ୟ ଥଣ୍ଡାରେ ଏହି ଯାଞ୍ଚରେ ଜଣାପଡ଼ିଛି । ସେମାନଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି ।
/sambad/media/post_attachments/wp-content/uploads/2020/04/7833de8b-4a2f-4f3b-a579-2ebd3a26e834-300x225.jpg)
ଗଂଜାମ ଜିଲ୍ଲାରେ ଗତକାଲି ଠାରୂ ସମୂହ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାର ୭ ଲକ୍ଷ ପରିବାରର ୪୦ ଲକ୍ଷ ଲୋକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଯାଞ୍ଚ ପାଇଁ ପ୍ରତି ରାଜସ୍ୱ ଗ୍ରାମ ଲାଗି ୫ ଜଣିଆ ଟିମ ଗଠନ ହୋଇଛି । ଏହି ଟିମରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଏବଂ ହେଲଥ ସୁପରଭାଇଜର ଓ ଗ୍ରାମରୋଜଗାର ସେବକ ରହିଛନ୍ତି । ଏହିମାନେ ଘର ଘର ବୁଲି ଲୋକମାନଙ୍କର ଘରର ସଦସ୍ୟ, ଘରରେ କେହି ରୋଗରେ ପୀଡ଼ିତ ଅଛନ୍ତି କି ନାହିଁ, ବିଶେଷ କରି ଥଣ୍ଡା, ଜ୍ୱର ଓ କାଶରେ କିଏ ପିଡିତ ଅଛନ୍ତି କି ନାହିଁ, ତାହା ଯାଞ୍ଚ କରୁଛନ୍ତି ।
/sambad/media/post_attachments/wp-content/uploads/2020/04/57e92cc2-2bf2-4f15-810a-4418b7030fb2-300x225.jpg)
ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଆଜି ଦ୍ୱିତୀୟ ଦିନ ସୁଦ୍ଧା ୪ ଲକ୍ଷ ୪ ହଜାର ୩୩୦ ପରିବାରର ସ୍ୱାସ୍ଥ୍ୟ ଯାଞ୍ଚ ଶେଷ ହୋଇଛି । ସେଥିମଧ୍ୟରୁ ୩ ହଜାର ୭୫୯ ଜଣ ସାମାନ୍ୟ ଥଣ୍ଡାରେ ପୀଡିତ ଥିବା ଜଣାପଡ଼ିଛି । ସେମାନଙ୍କର ସ୍ୱାସ୍ଥ୍ୟ ଚିକିତ୍ସା କରିଥିବା ଜିଲ୍ଲା ଲୋକ ସଂପର୍କ ଅଧିକାରୀ ବିରଞ୍ଚି କୁମାର ପ୍ରଧାନ ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/0e55102e-fb21-4fbb-8fa2-2faa7cc587ab.jpg)