କୋରାପୁଟରେ ମଶାଣୀ କହୁଛି ମୃତ୍ୟୁର ସତ୍ୟ: ବର୍ଷକରେ ୩୯୧ ଜଣଙ୍କର ମୃତ୍ୟୁ ! 

ଜୟପୁର: କୋରାପୁଟ ଜିଲ୍ଲାରେ କରୋନାର ଦ୍ବିତୀୟ ଲହର ହୋଇଥିବା ସଂକ୍ରମଣ ଖାଲି ଯେ କ୍ଷତି ପହଞ୍ଚାଇଛି ତାହା ନୁହେଁ ମଶାଣୀ କହୁଛି କୋଭିଡ ମୃତ୍ୟୁର ଭୟାଭୟତା। କୋରାପୁଟ ଜିଲ୍ଲାରେ ସରକାରୀ ଭାବେ ମୃତକଙ୍କ ତାଲିକା ମାତ୍ର ୫୬ ରହିଥିବାବେଳେ ଏହା ବହୁଗୁଣା ହୋଇଥିବା ଜଣାପଡିଛି।

ଗତ ଏପ୍ରିଲ ମାସରୁ ଏବେ ଯାଏ ଜିଲ୍ଲାର ୧୪ଟି ବ୍ଲକ ଓ ୪ଟି ପୌରପାଳିକା/ଏନଏସିରେ ୩୯୧ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ଭୁବନେଶ୍ବର, ଆନ୍ଧ୍ର ପ୍ରଦେଶ, ଛିତଶଗଡକୁ ଗତ ଏପ୍ରିଲରୁ ଏବେ ଯାଏ ୧୨୬ ଜଣ ରଫେର ହୋଇଛନ୍ତି। ପ୍ରଥମ ଲହରରେ ଜିଲ୍ଲାରୁ ପ୍ରାୟ ୧୦୨ ଜଣ ରେଫର ହୋଇଥିବାବେଳେ ୨୨ ଜଣ ଦ୍ବିତୀୟ ଲହରରେ ରେଫର ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଭୁବନେଶ୍ବର, ଆନ୍ଦ୍ର ପ୍ରଦେଶ ଓ ଛତିଶଗଡରେ ପ୍ରାୟ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଜିଲ୍ଳାରେ ୧୪ଟି ବ୍ଲକରେ ମୃତ୍ୟୁ ଯଥେଷ୍ଟ ହୋଇଥିବାବେଳେ ଏହାକୁ ଦର୍ଶାଇନାହିଁ ଜିଲ୍ଲା ପ୍ରଶାସନ। କୋଭିଡ ଓ ଅଣକୋଭିଡ ମୃତ୍ୟୁ ଦର୍ଶାଇ ରିପୋର୍ଟକୁ ଚପାଇ ଦେଇଛି ପ୍ରଶାସନ। ଏହାସହ ବିଭିନ୍ନ କୋଭିଡ ହସ୍ପିଟାଲ କତ୍ତୃପକ୍ଷ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଜାଣତରେ ପୋର୍ଟାଲରେ ଦର୍ଶାଇଯାଇଥିବା କୁହାଯାଉଛି।

ଦ୍ବିତୀୟ ଲହରରେ ଯଦିଓ ଜିଲ୍ଲାରେ ସ୍ଥିତି ସୁଧାରକୁ ଆସୁଛି କିନ୍ତୁ କୋରାପୁଟ ସହରରେ ସ୍ଥିତି ସଙ୍ଗୀନ ହେବାକୁ ବସିଲାଣି। ସହରରେ ରହିଥିବା ଏକାଧିକ ମଶାଣୀରେ ଗତ ଜାନୁଆରିରୁ ଜୁନ ମାସ ମଧ୍ୟରେ ୧୦୩ରୁ ଅଧିକ ଲୋକଙ୍କର ସଂସ୍କାର କରାଯାଇଛି। ଗତବର୍ଷ ଏପ୍ରିଲ ମାସରୁ ଚଳିତବର୍ଷ ଏପ୍ରିଲ ମାସ ଯାଏ ଜିଲ୍ଲାରେ ୩୯୧ ଜଣଙ୍କର ମୃତ୍ୟୁ ଘଟିଛି। ଖାଲି କୋରାପୁଟ ସହରରେ ପ୍ରଥମ ଲହରରେ ୮୩ ଜଣ ଓ ଦ୍ବିତୀୟ ଲହରରେ ୧୦୩ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ଜିଲ୍ଲାର ସରକାରୀ ପରିସଂଖ୍ୟାନରେ ମୃତ୍ୟୁ ସଂଖ୍ୟା ମାତ୍ର ୫୬ ଦର୍ଶାଯାଇଛି।

ରାଜ୍ୟରେ ଏବେ ୮ ଲକ୍ଷ ୯୦ହଜାର ୫୯୬ମୋଟ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଏବେ ୩୩ ହଜାର ୭୭୦ଜଣ କରୋନା ସହ ଲଢୁଛନ୍ତି। ଏବେ ରାଜ୍ୟରେ ୮ ଲକ୍ଷ ୫୩,୦୧୨ ସୁସ୍ଥ ହୋଇଥିବାବେଳେ ୩୭୬୧ଙ୍କର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲାରେ ଏବେ ଜିଲ୍ଲାରେ ୧୭ ହଜାର ୭୦୦ ମୋଟ କରୋନାରେ ଆକ୍ରାନ୍ତ ହୋଇଥିବା‌ବେଳେ ଏବେ ୯୨୫ଜଣ କରୋନା ସହ ଲଢୁଥିବାବେଳେ ୧୬ହଜାର୭୧୯ ଜଣ କରୋନାକୁ ପରାଜିତ କରିଛନ୍ତି।

ଏବେ ଜିଲ୍ଲାରେ ମୋଟ ୫୬ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ ଦର୍ଶାଉଛି। ତେବେ ସରକାରୀ ଖାତାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉ ନ ଥିବାବେଳେ କିନ୍ତୁ ଜୟପୁର, କୋରାପୁଟ, ସୁନାବେଢା, କୋଟପାଡ, ସେମିଳିଗୁଡା, ଲକ୍ଷ୍ମୀପୁର, ବୈାପାରିଗୁଡା, ବୋରିଗୁମ୍ମା, କୁନ୍ଦୁରା ପରି ଅଞ୍ଚଳରେ ସ୍ଥିତି ସଙ୍ଗୀନ ହୋଇପଡିଛି।

ଏହାସହ ଜିଲ୍ଲାରେ କୋଭିଡ ଜନିତ ମୃତ୍ୟୁକୁ ସମୀକ୍ଷା କରିବାକୁ ଏକ କମିଟି ରହିଛି। ଏହି କମିଟିର ସୁପାରିଶ ପରେ ଏହା ରାଜ୍ୟ ସ୍ତରକୁ ଯାଇଛି। ସେଠାରେ ଅନୁମତି ମିଳିବା ପରେ ମୃତ୍ୟୁ ହୋଉଥିବା ଦର୍ଶାଯାଉଛି। ତେବେ କାହିଁକି ଜିଲ୍ଲାରେ ପ୍ରତିଦିନ କୋଭିଡ ମୃତ୍ୟୁ ହେଉଥିବାବେଳେ କାହିଁକି ଏହାକୁ ଦର୍ଶାଯାଉନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏନେଇ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଲେ ମଧ୍ୟ ଏହାକୁ ଏଡେଇ ଯାଉଛନ୍ତି ଜିଲ୍ଲା ପ୍ରଶାସନ, ଜିଲ୍ଲା ଚିକିତ୍ସାଧିକାରୀ ଓ ପୌରପାଳିକା।

ସମ୍ବନ୍ଧିତ ଖବର