ପେଟ୍ରୋଲିଂ ବେଳେ ଧରା ପଡିଲା ବାରହା ମାଂସ, ୧ବାଇକ ୧୯କିଲୋଗ୍ରାମ ମାଂସ ଜବତ ୪ଗିରଫ

ହରଭଙ୍ଗା: ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ମଙ୍ଗଳବାର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ଗୋଟିଏ ହୋଣ୍ଡା ସାଇନ ମୋଟର ସାଇକେଲ ଓ ୧୯କିଲୋଗ୍ରାମ ବାରାହା ମାଂସ ଜବତ କରିବା ସହିତ ବେଆଇନ ଭାବେ ଚୋରା ଜଙ୍ଗଲି ମାଂସ ବିକ୍ରି କାରବାର ରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତଳଗାଁ ଗ୍ରାମର ବାବୁଲା ବେହେରା ଓ ଅନ୍ୟମାନେ ହେଲେ କୁଶଙ୍ଗ ପଞ୍ଚାୟତ କୁମାରୀ ଗ୍ରାମର ସୁଶାନ୍ତ ବେହେରା, ଦିଲ୍ଲୀପ ବେହେରା, ଅଜିତ ବେହେରା।ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ବୌଦ୍ଧ ବନବିଭାଗ ଏସିଏଫ ଙ୍କ ନେତୃତ୍ୱରେ ମଙ୍ଗଳବାର ରାତ୍ରରେ ବୁଲୁଥିବା ପେଟ୍ରୋଲିଂ ସ୍କ୍ଵାର୍ଡ ରାତି ୪ଟା ସମୟରେ ତଳ ଗାଁ ତ୍ରିନାଥଛକ ନିକଟରେ ବାରାହା ମାଂସ ନେଇ ଯାଉଥିବା ଏକ ମଟର ସାଇକେଲକୁ ଅଟକାଇ ସେଥିରେ ଥିବା ୧୨କେଜି ମାଂସ ଓ ବାଇକ ସମେତ ୨ଜଣକୁ ପ୍ରଥମେ ଧରିଥିଲେ। ପରେ ତାଙ୍କୁ ପଚରା ଉଚରା ବେଳେ ତଳଗାଁର ବାବୁଲା ବେହେରାଙ୍କ ଘରେ ମାଂସ କଟାଯାଉଥିବା ଖବର ପାଇ ସେଠାରେ ଚଢାଉ କରିଥିଲେ। ଚଢାଉ ବେଳେ ସେଠାରେ ଥିବା ଆହୁରି  ୭କେଜି ମାଂସ ଜବତ କରି ସେଠାରେ ଥିବା ଅନ୍ୟ  ୨ଜଣଙ୍କୁ ମଧ୍ୟ ଗିରଫ କରିଥିଲେ।ଉକ୍ତ ଚଢ଼ାଉରେ ବୌଦ୍ଧ ଏସିଏଫ ସୌମ୍ୟ ରଞ୍ଜନ ଗୋଛାୟତ, ମାଧପୁର ରେଞ୍ଜ ଅଧିକାରୀ ସରୋଜ କୁମାର ମିଶ୍ର, ବନପାଳ ସଞ୍ଜୟ କୁମାର ଦନ୍ତା, ବନରକ୍ଷୀ ସୁଶାନ୍ତ କୁମାର ସାହୁ, ସ୍ୱାଧୀନ ସାମଲ,ପ୍ରକାଶ କୁମାର ପ୍ରଧାନ ପ୍ରମୂଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର