ଫୁଲବାଣୀ: ୨୦୧୫ ମସିହାରେ ବହି କିଣିବାକୁ ଆସିଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ ଅପହରଣ କରି ନେଇ ଜି ଉଦୟଗିରି ଥାନା ଶ୍ରୀରାମପଦା ଜଙ୍ଗଲରେ ଗଣ ଦୁଷ୍କର୍ମ କରିବା ଘଟଣାରେ ଫୁଲବାଣୀ ପୋକ୍ସୋ କୋର୍ଟ ୪ ଜଣ ଅଭିଯୁକ୍ତ ସଞ୍ଜୟ ନାୟକ, ଚିକୁନ ପ୍ରଧାନ, ଲୋକନାଥ ଭୋଇ ଓ ବିଷ୍ଣୁପ୍ରସାଦ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏତଦ୍ବ୍ୟତୀତ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ପୋକ୍ସୋ କୋର୍ଟ ବିଚାରପତି ସୁଶାନ୍ତ କୁମାର ପଟେଲ।
ସୂଚନାଯୋଗ୍ୟ ଯେ ୧୦ମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀଜଣକ ବହି କିଣିବାକୁ ରାଇକିଆ ବଜାରକୁ ଆସିଥିବା ବେଳେ ତାଙ୍କୁ ସଞ୍ଜୟ ନାୟକ ନାମକ ଜଣେ ଯୁବକ ଜୋର ଜବରଦସ୍ତ ଜି ଉଦୟଗିରକୁ ଅପହରଣ କରି ନେଇ ଶ୍ରୀରାମପଦା ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ପରେ ସଞ୍ଜର ତାଙ୍କର ଅନ୍ୟ ୪ ଜଣ ସହଯୋଗୀଙ୍କୁ ସେଠକୁ ଡକାଇଥିଲେ। ଏହି ସମସ୍ତ ୫ ଜଣ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ପରଦିନ ଗୁରୁତର ଅବସ୍ଥାରେ ଜି ଉଦୟଗିରି ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିର୍ କରିଥିଲା। ଏହି ଘଟଣାରେ ମାନ୍ୟବର ପୋକ୍ସୋ କୋର୍ଟ ୪ ଜଣଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ନାବାଳକ ଥିବାରୁ ତାଙ୍କର ଶୁଣାଣୀ ଜୁଭେନାଇଲ ଜଷ୍ଟିସ ବୋର୍ଡରେ କରାଯାଉଛି। ସରକାରଙ୍କ ପକ୍ଷରୁ ଅସୀମ ପ୍ରହରାଜ ମାମଲା ପରିଚାଳନା କରିଥିଲେ।
କନ୍ଧମାଳ:ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ
/sambad/media/post_attachments/wp-content/uploads/2018/01/kandhamala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)