ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ଥାନା ଅଞ୍ଚଳରେ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନିର ଦୁଇଜଣ କର୍ମଚାରୀଙ୍କଠାରୁ ଗତ ଅକ୍ଟୋବର ୩୦ ତାରିଖରେ ଡକାୟତି ହୋଇଥିଲା। ଡକାୟତମାନେ ୬୦ ହଜାର ୩୫୯ ଟଙ୍କା, ଗୋଟିଏ ସାମସଙ୍ଗ ଟାବଲେଟ ଓ ବାୟୋମେଟ୍ରିକ ମେସିନ ନେଇ ଫେରାର ହୋଇ ଯାଇଥିଲେ। ଏ ନେଇ ଆନନ୍ଦ ମହାନନ୍ଦ ପୁଇନ୍ତଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା।
ଡକାୟତିରେ ସଂପୃକ୍ତ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପୁଲିସ ସୂଚନା ଅନୁସାରେ, କର୍ମଚାରୀ ଦ୍ବୟ ଖରଝୁରା ଓ ଭଇଁଷାପାଲି ଅଞ୍ଚଳର ଏସ୍ଏଚ୍ଜିଙ୍କଠାରୁ ଟଙ୍କା ଆଦାୟ କରି ଫେରୁଥିଲେ। ଝାରବଲାଙ୍ଗୀର ରେଳ ଫାଟକ ନିକଟରେ ଚାରିଜଣ ଅଜଣା ଯୁବକ ଆକ୍ରମଣ କରି ଲୁଟି ନେଇଥିଲେ। ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଚଣ୍ଟିଆପାଲିରେ ରହୁଥିବା ଲୋଇସିଂହା ଥାନା ଅନ୍ତର୍ଗତ କରକଚିଆର ଶେଷଦେବ ବାଗ ଓରଫ ଖଲି(୨୧), ସଦର ଥାନା ଅନ୍ତର୍ଗତ ବିରମୁଣ୍ଡାର ସୁପର ସାଗର(୨୫), ପୁଇନ୍ତଲା ଥାନା ଅନ୍ତର୍ଗତ ଝାରବଲାଙ୍ଗୀରର ସୁଶାନ୍ତ ବିଭାର(୨୭) ଓ ପୁଇନ୍ତଲା ଥାନା ଗଣ୍ଡବାହାଲ ଗାଁର ସୁଶାନ୍ତ ତାଣ୍ଡି(୨୦)। ସେମାନଙ୍କଠାରୁ ଲୁଟରେ ବ୍ୟବହୃତ ଦୁଇଟି ପଲସର ବାଇକ(ଓଡି-୦୩-ବି-୫୮୯୫ ଓ ଓଡି-୦୩-ଏସ-୨୬୩୨) ସହ ଚାରିଟି ମୋବାଇଲ ଫୋନ ପୁଲିସ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/678d80c5-0ff9-4da8-8f7a-03f51650e29c-1.jpg)