ଦଶରଥପୁର : ଦଶରଥପୁର ତହସିଲ ଅଧୀନ ଡାହାଣହତା ପଞ୍ଚାୟତ ତେନ୍ତୁଳିଡିହ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଏହି ଗ୍ରାମର ନାରାୟଣ ମଲ୍ଲିକ ଓ ସରୋଜ ମଲ୍ଲିକଙ୍କ ପରିବାରର ୪ ବଖରା ଘର ପୋଡ଼ିଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନଥିବା ବେଳେ ଶନିବାର ରାତି ପ୍ରାୟ ଗୋଟାଏ ବେଳେ ନିଆଁ ଲାଗିଯାଇଥିଲା। ତାତି ଜଣାପଡ଼ିବାରୁ ଶୋଇଥିବା ପରିବାର ଲୋକେ ଉଠି ପଡ଼ୋଶୀଙ୍କ ସହାୟତାରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ।
ନିଆଁରେ ଘରେ ଥିବା ଧାନ, ଚାଉଳ, ଲୁଗାପଟା, ବାସନକୁସନ ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଦଶରଥପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରଥିଲେ। ଆଜି ସକାଳେ ଡାହାଣହତା ସରପଞ୍ଚ ପଦ୍ମାବତୀ ବିଶ୍ୱାଳ, ଯୁବନେତା ଅଜୟ ମହାନ୍ତି, ସମିତିସଭ୍ୟା ସସ୍ମିତା ଜେନା ଅଗ୍ନିବିପନ୍ନ ପରିବାର ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ଓ ଲୁଗାପଟା ଆଦି ସହାୟତା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/2-12.jpg)