ଗୋଡ଼ିପଡ଼ା ଉଡ଼ନ୍ତା ପୋଲ ଠାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ୪ ଗୁରୁତର

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଉଡ଼ନ୍ତାପୋଲ ଠାରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି ।
ସୂଚନାନୁସାରେ, ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ଗୋଡ଼ିପଡ଼ା ଉଡ଼ନ୍ତାପୋଲ ନିକଟରେ ବ୍ରହ୍ମପୁରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଏକ ଟ୍ରକ୍ (ଓଡି୦୭ଏଏ ୧୭୭୭) ଓ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଟ୍ରକ୍ (ଓଡି୦୯ଏମ୍୩୬୯୬) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ତୀବ୍ର ଥିଲା ଯେ ଉଭୟ ଟ୍ରକ୍ର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଦୁଇଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ଟ୍ରକ୍ରେ ଚାପି ହୋଇ ରହିଯାଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଟ୍ରକ୍ରେ ଚାପି ହୋଇରହିଥିବା ଦୁଇଜଣଙ୍କୁ ଉଦ୍ଧାର କରିବା ସହ କ୍ରେନ୍ ସହାୟତାରେ ଟ୍ରକ୍ ଦୁଇଟିକୁ ରାସ୍ତା କଡ଼କୁ ନେଇଥିଲେ । ଖବର ଲେଖାଯିବା ବେଳକୁ ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଶିଶିର ସେଠୀ ଓ ଟୁଲୁ ବିଷୋୟୀଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ । ଉଭୟଙ୍କ ଘର ବ୍ରହ୍ମପୁର ବୋଲି ଜଣାଯାଇଛି । ତେବେ ଏନେଇ ଅନୁସନ୍ଧାନ ଚାଲିଛି ଓ ଆହତଙ୍କ ପରିଚୟ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି ବୋଲି ଜଙ୍କିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର