ସମ୍ବଲପୁର: ଆନ୍ତଃରାଜ୍ୟ ଏଟିଏମ୍ ଠକେଇ ଘଟଣାରେ ସମ୍ବଲପୁର କ୍ଷେତରାଜପୁର ପୁଲିସ ଓ ସ୍ପେସାଲ ସ୍କ୍ଵାର୍ଡ ମିଳିତ ଭାବେ ଚଢ଼ାଉ କରି ୪ ଜଣିଆ ଏକ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ସିଂପାଲି ଛକର ସ୍ୱାଧୀନ ବହିଦାର(୨୭), ବିହାର ନୱଡା ଜିଲ୍ଲା ନର୍ଦିଗାଓଁ ଥାନା ଅଞ୍ଚଳର ରାଜେଶ ପ୍ରସାଦ ସିଂ(୩୭), ବିହାର ଗୟା ଜିଲ୍ଲା ଫତେପୁରର ସେରଭ କୁମାର(୨୦) ଓ ଶଶୀଭୂଷଶ କୁମାର(୨୫)। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଏକ କାର ସମେତ ଲକ୍ଷାଧିକ ଟଙ୍କା ଜବତ କରିଥିବା ଜଣାଯାଇଛି।
ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ମାରୁତି ୱାଗନର(ଜେଏଚ୍ ୦୧ ଡିଡି ୩୬୪୯), ନଗଦ ୧ ଲକ୍ଷ ୪୬ ହଜାର ୯ଶହ ଟଙ୍କା, ଏକ ଲାପ୍ଟପ୍, ଏଟିଏମ୍ କାର୍ଡ ଇନସର୍ଟ ସ୍ଲଟ୍, କ୍ଲୋନିଂ ମେସିନ୍, ୨ଟି ଏଟିଏମ୍ କାର୍ଡ ରିଡର, ବିଭିନ୍ନ ବ୍ୟାଙ୍କର ୩୪ଟି ଏଟିଏମ୍ କାର୍ଡ, ୨୦ରୁ ଅଧିକ ମିନି ଷ୍ଟେଟମେଣ୍ଟ, ୨ଟି ଡାଏରି, ୪ଟି ମୋବାଇଲ, ସ୍କ୍ରୁ ଡ୍ରାଇଭର, ଡାଟା କେବଲ ଆଦି ଜବତ କରିଥିବା ସମ୍ବଲପୁର ଏସ୍ପି କନୱର ବିଶାଳ ସିଂ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ସିଂ କହିଛନ୍ତି, ଏଟିଏମ୍ କାଉଣ୍ଟର ମଧ୍ୟରେ ଟଙ୍କା କାଢ଼ିବା ସମୟରେ ଲୋକେ ସଚେତନ ହେଉ ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି। ତେଣୁ ଏଟିଏମ୍ ପିନ୍ ପରିବର୍ତ୍ତନ କରିବା ସହ କାଉଣ୍ଟରରେ ଏକା ରହି ଟଙ୍କା ଉଠାଇବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
/sambad/media/post_attachments/wp-content/uploads/2019/12/SBP1-1-1024x711.jpg)
ପୁଲିସକୁ ମିଳିଥିବା ସୂଚନା ଅନୁସାରେ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ମଧ୍ୟ ହୋଇଥିବା ଏଭଳି ଠକେଇ ଘଟଣାରେ ଏହି ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ପୁଲିସ୍ ଆଉ ୨ ଜଣଙ୍କୁ ପଚରାଉଚରା କରୁଥିବା ବେଳେ ମାଷ୍ଟରମାଇଣ୍ଡ ନିକଟରେ ପହଞ୍ଚିପାରି ନାହିଁ।
ସୂଚନାଯୋଗ୍ୟ ଦୀର୍ଘ କିଛି ମାସ ହେବ ସମ୍ବଲପୁର ସହରରେ ଲୋକଙ୍କ ଏଟିଏମ୍ କାର୍ଡର କ୍ଲୋନିଂ(ପ୍ରତିରୂପ) କରି ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ୍ ହେବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଏସସମ୍ପର୍କରେ କ୍ଷେତରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ କ୍ଷେତରାଜପୁର ପୁଲିସ୍, ସ୍ପେସାଲ ସ୍କ୍ଵାଡ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/SBP-1.jpg)