ସୁନ୍ଦରଗଡ: ବନ୍ଧୁକ ମୁନରେ ଲୁଟିନେଲେ ୪ ଲକ୍ଷ ଟଙ୍କା। ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଡୁଡୁକା ବସ୍ତିରେ ସଶସ୍ତ୍ର ଲୁଟ ଅଭିଯୋଗ । ଜନସେବା କେନ୍ଦ୍ରରୁ ଲୁଟିନେଲେ ଟଙ୍କା । ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ବନ୍ଧୁକ ମୁନରେ ଲୁଟିଲେ ୪ ଲକ୍ଷ ଟଙ୍କା ।
ମିଳିଥିବା ସୂଚନା ମୁତାବକ ସୁନ୍ଦରଗଡ ହେମଗିରି ଥାନା ଡୁଡକା ବସ୍ତିରେ ଥିବା ଜନସେବା କେନ୍ଦ୍ରରୁ ସଶସ୍ତ୍ର ଲୁଟ ହୋଇଛି । କେନ୍ଦ୍ର ରେ ପରିଚାଳକ ଆଜିର ନଗଦ କାରବାରକୁ ନେଇ ବସି ଗ୍ରାହକଙ୍କ କାମ କରୁଥିବାବେଳେ ହଠାତ ଗୋଟିଏ ବାଇକରେ ତିନି ଜଣ ଯୁବକ ଆସି ବନ୍ଧୁକ ମୁନରେ ଟଙ୍କା ସବୁ ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ଖବର ପାଇ ହେମଗିରି ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/loot.jpg)