ଗ୍ରାମାଂଚଳରେ କୋଭିଡ ପ୍ରତିଷେଧକ ଟିକା ନେଇଛନ୍ତି ୪ଲକ୍ଷ ୬୦ ହଜାର

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ସୁଦ୍ଧା ୪ଲକ୍ଷ ୬୦ ହଜାର ବ୍ୟକ୍ତି ଟିକା ନେଇଛନ୍ତି । ତେବେ କୋଭିଡ ପ୍ରତିଷେଧକ ଟିକା ନେବା ପାଇଁ କୋୱିନ୍ ପୋର୍ଟାଲରେ ପଂଜୀକରଣ କରିଥିବା କୌଣସି ବ୍ୟକ୍ତି ଯେ କୌଣସି ସ୍ଥାନରେ ଟିକା ନେଇପାରିବା ବ୍ୟବସ୍ଥା ଥିବାରୁ ଜିଲ୍ଲାର ଗ୍ରାମାଂଚଳରେ ବାସ୍ତବରେ କେତେ ସଂଖ୍ୟକ ଟିକା ପାଇଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ଜିଲ୍ଲା ପ୍ରଶାସନ ନିକଟରେ ନାହିଁ ।

ସ୍ୱାସ୍ଥ୍ୟ ବିଭାଗ ନିକଟରୁ ମିଳିଥିବା ସୂଚନାରେ, ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାର ୧୦ଟି ବ୍ଲକ ଓ ଖୋର୍ଦ୍ଧା ସହରରେ ମୋଟ ୪ଲକ୍ଷ ୫୯ହଜାର ୯୭୦ଜଣ ଟିକା ନେଇଛନ୍ତି । ଏହା ମଧ୍ୟରୁ ୧ଲକ୍ଷ ୧୧ ହଜାର ୫୩୬ଜଣ ୧୮ରୁ ୪୪ ବର୍ଷୀୟ ସାଧାରଣ ନାଗରିକ ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଟିକା କେବଳ ୬୪୯ ଜଣ ଅର୍ଥାତ୍ ୦.୬ ପ୍ରତିଶତ ବ୍ୟକ୍ତି ହିଁ ଦ୍ୱିତୀୟ ପର୍ଯ୍ୟାୟ ଟିକା ପାଇଛନ୍ତି ।

ଏହା ମଧ୍ୟରୁ ବାଲିପାଟଣାରେ ୩୭୪୭ ଜଣ ପ୍ରଥମ ପର୍ଯ୍ୟାୟ ଟିକା ପାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଟିକା ୪ଜଣ ପାଇଛନ୍ତି । ସେହିଭଳି ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୪୨୨ଜଣ ପ୍ରଥମ ପର୍ଯ୍ୟାୟ ଓ ୨୮ ଜଣ ଦ୍ୱିତୀୟ ପର୍ଯ୍ୟାୟ, ଜଟଣୀରେ ୧୨,୭୮୬ ପ୍ରଥମ ପର୍ଯ୍ୟାୟ ଓ ୧୩ଜଣ ଦ୍ୱିତୀୟ ପର୍ଯ୍ୟାୟ, ମେଣ୍ଢାଶାଳରେ ୯୩୮୫ ପ୍ରଥମ ପର୍ଯ୍ୟାୟ ଓ ୧୨ ଜଣ ଦ୍ୱିତୀୟ ପର୍ଯ୍ୟାୟ, ବେଗୁନିଆରେ ୭୫୫୭ଜଣ ପ୍ରଥମ ପର୍ଯ୍ୟାୟ ଟିକା ପାଇଥିବା ବେଳେ କେହି ଜଣେ ହେଲେ ଦ୍ୱିତୀୟ ପର୍ଯ୍ୟାୟ ଟିକା ପାଇନାହାନ୍ତି, ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୯୭୨ଜଣ ପ୍ରଥମ ପର୍ଯ୍ୟାୟ ୨୧ ଜଣ ଦ୍ୱିତୀୟ ପର୍ଯ୍ୟାୟ, ହଳଦିଆରେ ୪୦୬୧ ପ୍ରଥମ ପର୍ଯ୍ୟାୟ ୫୮ଜଣ ଦ୍ୱିତୀୟ ପର୍ଯ୍ୟାୟ, ଟାଙ୍ଗୀରେ ୯୬୫୨ ଜଣ ପ୍ରଥମ ପର୍ଯ୍ୟାୟ ୨୦ ଜଣ ଦ୍ୱିତୀୟ ପର୍ଯ୍ୟାୟ, ବାଲୁଗାଁରେ ୯୨୯୪ ପ୍ରଥମ ପର୍ଯ୍ୟାୟ ଜଣେ ଦ୍ୱିତୀୟ ପର୍ଯ୍ୟାୟ, ବାଣପୁରରେ ୯୭୮୫ଜଣ ପ୍ରଥମ ପର୍ଯ୍ୟାୟ ଟିକା ପାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଟିକା କେହି ପାଇନାହାନ୍ତି, ଖୋର୍ଦ୍ଧା ସହରରେ ୨୯,୮୯୮ ଜଣ ପ୍ରଥମ ପର୍ଯ୍ୟାୟ ଟିକା ପାଇଥିବା ବେଳେ ୪୯୨ଜଣ ଦ୍ୱିତୀୟ ପର୍ଯ୍ୟାୟ ଟିକା ପାଇଛନ୍ତି ।

ସମ୍ବନ୍ଧିତ ଖବର