ରାଉରକେଲା : ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ରେଲୱେ କଲୋନୀ ରିମଝିମ୍ ବସ୍ତିରେ ଘଟିଥିଲା ଗୁଳିକାଣ୍ଡ। ୬ ରୁ ଅଧିକ ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ଜିତେନ୍ଦ୍ର ଓରଫ ଗୋରେ ସାହା (୩୬) ଓ ତାଙ୍କ ମାଉସୀ ଲକ୍ଷ୍ମୀ ଦେବୀ ଗୁରୁତର ଆହତ ହୋଇଥିଲେ। ୮ରୁ ୧୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଚାରି ଗୁଳି ଜିତେନ୍ଦ୍ରଙ୍କ ଦେହରେ ବାଜିଥିଲା। ଗୁଳି ମାଡ଼ ସହ ଖଣ୍ଡାରେ ମଧ୍ୟ ହାଣିଥିଲେ। ଦୁହିଁଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜିତେନ୍ଦ୍ରର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପ୍ଲାଣ୍ଟସାଇଟ ପୁଲିସ ନାଳରୋଡ଼ ପୂର୍ଵରୁ ହସନପୁରର ଅମୀର ଖାନ (୩୧), ନାଳରୋଡ଼ ଆଯାଦ ମହଲ୍ଲାର ମହମ୍ମଦ ସହାଜ ଓରଫ ଫୁକୁନି (୨୩) କୁ ଗିରଫ କରିଥିଲା । ଏମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଓ ଚାପଡ଼ ଜବତ କରିଥିଲା । ଆଜି ଆଉ ଚାରି ଅଭିଯୁକ୍ତକୁ ଗିରଫ କରାଯାଇଛି । ସେମାନେ ହେଲେ ଅରମାନ କୁରସି, ସୋହେଲ ଖାନ, ମହମ୍ମଦ ସମିମ ଓ ମହମ୍ମଦ ଅରବାଜ । ଏମାନଙ୍କ ନିକଟରୁ ଦୁଇଟି ସ୍କୁଟି, ବନ୍ଧୁକ ଓ ଚାପଡ଼ ଜବତ ହୋଇଛି । ଏହି ଘଟଣାରେ ଆହୁରି ତିନି ଜଣ ଥିବା ଏସପି ମୁକେଶ କୁମାର ଭାମୁ କହିଛନ୍ତି ।
/sambad/media/post_attachments/wp-content/uploads/2021/09/WhatsApp-Image-2021-09-15-at-12.36.21.jpeg)
ଦୁଇଟି ଗ୍ୟାଙ୍ଗ୍ ମଧ୍ୟରେ ଥିବା ପୁରୁଣା ଶତ୍ରୁତାରୁ ଗୁଳିକାଣ୍ଡ ହୋଇଛି ବୋଲି ରାଉରକେଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଭାମୁ କହିଥିଲେ । ରାତି ଅଧିଆ ସାମ୍ବାଦିକ ସମ୍ମିଳନୀ କରି ଆରକ୍ଷୀ ଅଧୀକ୍ଷକ ଏହି ସୂଚନା ଦେଇଥିଲେ । ସେ କହିଥିଲେ ଗୁଳିକାଣ୍ଡ ଘଟଣାରେ ଅମିର ନାମକ ଯୁବକକୁ ଗିରଫ କରାଯାଇଛି। ୪ ଯୁବକ ମୁସ୍ତାକ, ଆମ୍ବର, ଡେ଼କଚି ଓ ନୌସାଦ ସମେତ ଅନ୍ୟମାନେ ଫେରାର ଥିଲେ ।ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଶ୍ରୀ ଭାମୁ କହିଥିଲେ। ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା ଓ ପ୍ଲାଣ୍ଟସାଇଟ୍ ପୁଲିସ ଅଧିକାରୀମାନେ ଘଟଣାସ୍ଥଳ ଓ ଆଇଜିଏଚରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିଲେ। ସେପଟେ ଗୁଳିମାରି ଫେରାର ହୋଇ ଯାଇଥିବା ଯୁବକମାନଙ୍କୁ ଧରିବାକୁ ପୁଲିସ ସହରର ପ୍ରମୁଖ ଛକ ଓ ବାହାର ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରି ଯାଞ୍ଚ ଚଳାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Another-4-Arrested-on-Gunfire-in-Railway-Colony_Thumbnail.jpg)