୨ ମହିଳାଙ୍କ ସହ ୪ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ନକ୍ସଲ ରହିଛନ୍ତି।ଜିଲ୍ଲା ଏସପି କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଶ୍ରୀ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି।ଏମାନେ ହେଲେ ଆଜିଜ ହେମଲା ନନ୍ଦେ,ନୁପ୍ପୋ ସୋମଡି,ହେମଲା ଏର୍ରା ଓ କଡତି ହିଡମା।

ସଂଗଠନରେ ଏମାନଙ୍କୁ ନିର୍ଯାତନା ଦେବା ସହ କ୍ୟାଡର ନକ୍ସଲଙ୍କ ଦ୍ବାରା ଅସଦାଜରଣ କରାଯାଉଥିଲା।ସଂଗଠନରେ ପୂର୍ବ ଭଳି କୌଣସି ଉଦେଶ୍ୟ ଓ ଲକ୍ଷ୍ୟ ନେଇ କାମ କରାଯାଉ ନାହିଁ।ନିରୀହ ଲୋକଙ୍କୁ ହିଁ ଟାର୍ଗେଟ କରାଯାଉଛି।ବିକାଶକୁ ବିରୋଧ କରିବା ସହ ହିଂସାକୁ ପ୍ରାଧାନ୍ୟ ଦିଆଯାଉଛି।ପୁଲିସ ତରଫରୁ ଘନ ଘ ଚଢାଉରେ ନକ୍ସଲ ସଂଗଠନ ଦୁର୍ବଳ ହେବାକୁ ବସିଲାଣି।ଧିରେ ଧିରେ ସଦସ୍ୟମାନେ ଦଳ ଛାଡୁଥିବା ସହ ପୁଲିସ ଗୁଳିରେ ମୃତ୍ୟୁବରଣ କଲେଣି।ତେଣୁ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବେ ବୋଲି କହିଛନ୍ତି।ପୁଲିସ ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ଏସପି କହିଛନ୍ତି।

ସମ୍ବନ୍ଧିତ ଖବର