୪ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲା ପୁଲିସ ନିକଟରେ ଆଜି ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ପୁଲିସ କାର୍ଯ଼୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବଙ୍କ ନିକଟରେ ଏହି ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।ଏମାନେ ହେଲେ ସିଏନଏମ ଅଧ୍ୟକ୍ଷ ସୋନ ସିଂ(୨୪),ମିଲିସିଆ ଜୟରାମ କଶ୍ୟପ,(୨୨),ସିଏନଏମ ସଦସ୍ୟା ରାଇମତି ମାଣ୍ଡବୀ(୨୨) ଏବଂ ସିଏନଏମ ସଦସ୍ୟା ସୁଦୁରି କଶ୍ୟପ।ଛତିଶଗଡ ସରକାରଙ୍କ ତରଫରୁ ଲୋନ ବର୍ଟାଟୁ(ଘରକୁ ଫେରିଆସ) କାର୍ୟ୍ୟକ୍ରମରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି।ଆତ୍ମସମର୍ପଣ କରିଥିବା ଏହି ୪ ଜଣ ମାଓବାଦୀଙ୍କୁ କରୋନା ଟେଷ୍ଟ କରାଇବା ପରେ ୩ ଜଣ ପୋଜିଟିଭ ବୋଲି ଜଣାପଡିଛି।ତେବେ ସରକାରଙ୍କ ତରଫରୁ ଚାଲିଥିବା ଅଭିଯାନ ଘରକୁ ଫେରିଆସ ଯୋଜନାରେ ଚଳିତ ବର୍ଷ ୯୫ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଆଜି ସୁଦ୍ଧା ୩୯୫ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି ବୋଲି ପୁଲିସ କହିଛି।ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ସୋନା ସିଂଙ୍କ ନାମରେ ସରକାର ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।ଏମାନଙ୍କ ନାମରେ ବହୁ ମାଓ ହିଂସା ରହିଥିବା ପୁଲିସ କହିଛି।ତେବେ ମୁଖ୍ୟସ୍ରୋତରେ ସାମିଲ ହେବା ପରେ ପୋଲିସ ଏବଂ ପ୍ରଶାସନ ତରଫରୁ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।ସଂଗଠନରେ ଏବେ କରୋନାକୁ ନେଇ ସମସ୍ତେ ଚିନ୍ତିତ ବୋଲି ଏମାନେ କହିଛନ୍ତି।ବହୁ ନକ୍ସଲଙ୍କୁ କରୋନା ହେବା ଯୋଗୁଁ ଘରକୁ ଚାଲିଯାଇଥିବା ଏମାନେ କୁହନ୍ତି।

ସମ୍ବନ୍ଧିତ ଖବର