ବୋମା ଖଞ୍ଜୁ ଥବାବେଳେ ୪ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜପୁର ଜିଲ୍ଲାରେ ପୁଲିସକୁ ମିଳିଛି ବଡ ସଫଳତା । ବୋମା ଖଞ୍ଜୁ ଥବାବେଳେ ୪ ନକ୍ସଲଙ୍କୁ ପୁଲିସ ଗିରଫ କରିଛି।ଏହା ସହ ୪ ଜଣ ପୁଲିସଙ୍କ ହତ୍ୟା ଘଟଣାରେ ମଧ୍ୟ ଜଣେ ନକ୍ସଲଙ୍କୁ ଗିରଫ କରାଯାଇଛି। ଜିଲ୍ଲାର ନେଲସନର ଥାନା ଅଂଚଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ୪ଜଣ ନକ୍ସଲ ବୋମା ଖଂଜୁଥିବା ପୁଲିସ ଦେଖିବାକୁ ପାଇଥିଲା ।ତୁରନ୍ତ ସେହି ସ୍ଥାନକୁ ଘେରିବା ସହ ୪ ଜଣ ନକ୍ସଲଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।
ଗିରଫ ନକ୍ସଲମାନେ ହେଲେ ମୋଟୁରମ ଅଟ୍ଟାମି(୨୫),ତୁଳସୀ ଗୋୟମି(୧୯),ଶଙ୍କର ଇସ୍ତାମି(୨୨) ଏବଂ ଐତୁରାମ କବାସୀ(୨୨)।ସେହିପରି କୁଟ୍ଟୁର ଥାନା ଅଂଚଳର ଚିଙ୍ଗର ନାଳ ଅଂଚଳରେ ବୁଦୁର ମିଛା(୩୦) ନାମକ ନକ୍ସଲକୁ ଗିରଫ କରିଛି ପୁଲିସ।ବୁଦୁର ୪ ପୁଲିସଙ୍କୁ ହତ୍ୟା କରିବା ଘଟଣାରେ ସାମିଲ ଥିବା ପୁଲିସ କହିଛି। ଅନ୍ୟ ଏକ ଘଟଣାରେ ଦୂରପଲ ଏବଂ ଚେରିଲି ମଧ୍ୟରେ ଥିବା ଜଙ୍ଗଲରେ ନକ୍ସଲଙ୍କ ଦୁଇଟି ସହିଦସ୍ଥମ୍ଭକୁ ଧ୍ୱଂସ କରିଛି।
ସମ୍ବନ୍ଧିତ ଖବର