ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ବିରିପଟା ପଞ୍ଚାୟତରେ ବିଧବା ଓ ଭିନ୍ନକ୍ଷମ ଭତ୍ତା ହଡ଼ପ ମାମଲାରେ ୪ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କା ଫେରାଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ପ୍ରଶାସନିକ ତଦନ୍ତ ହେବା ପରେ ପିଇଓ ବିରେନ୍ଦ୍ର ମଲିକ, ପୂର୍ବତନ ପିଇଓ ସ୍ନିଗ୍ଧା ସାହୁ, ସୂର୍ଯ୍ୟମଣି ପଟ୍ଟନାୟକ ଓ ଶ୍ୟାମସୁନ୍ଦର ଟିଉ ୨୪ ଜଣ ମୃତ ହିତାଧିକାରୀଙ୍କୁ ନାମରେ ଭତ୍ତା ଟଙ୍କା ହଡ଼ପ କରିଥିବା ଜଣାପଡ଼ିଥିଲା।

Advertisment

ଏହାପରେ ବିଡିଓ ଆକାଶ ପଟ୍ଟନାୟକ ପତ୍ର ସଂଖ୍ୟା ୬୦୫୬/୯.୧୧.୨୩ ରେ ପିଇଓ ବିରେନ୍ଦ୍ର ମଲ୍ଲିକଙ୍କୁ ୧ ଲକ୍ଷ ୧୨ ହଜାର ୨ ଶହ ଟଙ୍କା, ପୂର୍ବତନ ପିଇଓ ସ୍ନିଗ୍ଧା ସାହୁଙ୍କୁ ୫୮ ହଜାର ୫ ଶହ ଟଙ୍କା, ସୂର୍ଯ୍ୟମଣି ପଟ୍ଟନାୟକଙ୍କୁ ୫୪ ହଜାର ୧ ଶହ ଟଙ୍କା ଓ ଶ୍ୟାମସୁନ୍ଦର ଟିଉଙ୍କୁ ୩  ହଜାର ୭ ଶହ ଟଙ୍କା ବ୍ଲକ ପ୍ରଶାସନ ନିକଟରେ ଜମା କରିବାକୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ୩ ଦିନ ସମୟ ଦିଆଯାଇଥିବା ବେଳେ ସେମାନେ ଅଧିକ ୭  ଦିନ ମାଗିଥିଲେ। ଆଜି ପିଇଓ ବିରେନ୍ଦ୍ର ମଲ୍ଲିକ ଓ ସ୍ନିଗ୍ଧା ସାହୁ ନର୍ଦ୍ଧାରିତ ହୋଇଥିବା ଅର୍ଥରାଶି ବ୍ଲକ୍‌ରେ ଜମା କରିଛନ୍ତି। ସେହିପରି ମଙ୍ଗଳବାର ପିଇଓ ସୂର୍ଯ୍ୟମଣି ପଟ୍ଟନାୟକ ଓ ଶ୍ୟାମସୁନ୍ଦର ଟିଉ ଆଜି ବ୍ଲକ ପ୍ରଶାସନ ନିକଟରେ ସେମାନଙ୍କୁ ଧାର୍ଯ୍ୟ କରାଯାଇଥିବା ଟଙ୍କା ଜମା କରିଛନ୍ତି।