ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଂଚଳର ଜଣେ ନାବାଳିକାଙ୍କୁ ଗଣଦୁର୍ଷ୍କମ ମାମଲାର ବିଚାରଣା କରି ଆଜି ବ୍ରହ୍ମପୁର ସ୍ବତନ୍ତ୍ର ପକ୍ସୋ ପାଷ୍ଟଟ୍ରାକ୍ କୋର୍ଟ ଜଜ୍‌ ଗଣେଶ୍ବର ପତି ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣକୁ ଭିତ୍ତି କରି ଆଇପିସିର ଧାରା ୩୭୬ଡିରେ ୪ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ ଜେଲ୍‌ଦଣ୍ଡ ସହ ୩୦ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ମାସ ଲେଖାଏଁ ସଶ୍ରମ ଜେଲ୍‌ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ସେମାନେ ହେଲେ କାଳୁ ନାଇକ(୨୮), ରବି ନାଇକ (୩୦), ବାବୁ ବେହେରା (୩୦) ଓ ଗୌରା ନାଇକ (୨୮)। ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା ସହାୟତା ରାଣି ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକାରଣକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Advertisment

ସୂଚନା ମୁତାବକ, ୨୦୧୮ ମସିହା ଅଗଷ୍ଟ ୧୬ରେ ଜଗନ୍ନାଥପ୍ରସାଦ ଅଂଚଳର ଜଣେ ନାବାଳିକାଙ୍କୁ ୪ ଅଭିଯୁକ୍ତ ଉଠାଇ ନେଇ ଏକ କାଜୁ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ। ଏ ନେଇ ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମୁଦାୟ ୧୪ ଜଣଙ୍କ ସାକ୍ଷ୍ୟଗ୍ରହଣ ପରେ ମାନ୍ୟବର ଜଜ୍ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ମେହାନ ସିଙ୍ଗାରୀ ମକଦ୍ଦମା ପରିଚାଳନା କରିଥିଲେ।