ରାଉରକେଲା: ୧୭ ବର୍ଷରୁ କମ୍ ବାଳିକା ବର୍ଗର ବିଦ୍ୟାଳୟସ୍ତରୀୟ ଜାତୀୟ ଭଲିବଲ ପ୍ରତିଯୋଗିତାରେ ଭାଗନେବାକୁ ଓଡ଼ିଶା ବାଳିକା ଦଳ ଆଜି ତାମିଲନାଡୁ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦଳରେ ସୁନ୍ଦରଗଡ଼ର ୪ ଜଣ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଉଛନ୍ତି ସେକ୍ଟର-୧୯ସ୍ଥ ଇସ୍ପାତ ବିଦ୍ୟାମନ୍ଦିର ରୋଜାଲିନ ମାଝୀ ଓ ଆଶା ଓରାମ ଏବଂ ବିଶ୍ରା ବ୍ଲକ ଅନ୍ତର୍ଗତ ବିଜାଡିହି ସରକାରୀ ଏସ୍ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନେହା ଖେଡ଼ିଆ ଓ ବିମଳା ଓରାମ। ଉଲ୍ଲେଖଯୋଗ୍ୟ, ଏହି ପ୍ରତିଯୋଗିତା ଆସନ୍ତା ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ତିରୁଚିରାପଲ୍ଲୀଠାରେ ୬୭ତମ ବିଦ୍ୟାଳୟସ୍ତରୀୟ ଜାତୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜିଲ୍ଲାର ସମସ୍ତ ୪ ଜଣ ଖେଳାଳି ଭଲିବଲ ପ୍ରଶିକ୍ଷକ ଦେବଦତ୍ତ ଜେନାଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ।