ଜୟପୁର: ଆଜି ସହରର ବିଭିନ୍ନ ଗ୍ୟାରେଜ, ଜଳଖିଆ ହୋଟେଲରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରି ୪ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ। ଜୟପୁରରୁ ୩ଜଣ ଓ ବୋରିଗୁମ୍ମାରୁ ଜଣକୁ ଉଦ୍ଧାର କରାଯାଇଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ରାଜଶ୍ରୀ ଦାଶ, ଭାନୁମତି ପୁଜାରୀ, ସହକାରୀ ଶ୍ରମ ଅଧିକାରୀ ଚୈତନ୍ୟ ପ୍ରସାଦ ମାଝୀ, ଗ୍ରାମୀଣନିରୀକ୍ଷକ , ଚାଇଲଡ୍ ଲାଇନର ସଭ୍ୟଙ୍କ ସହ ଜୟପୁର ଟାଉନଥାନା ପୁଲିସ ଏଥିରେ ଭାଗ ନେଇଥିଲେ।

Advertisment

ଆଗାମୀ ଦିନରେ ବି ଏହି ଚଢ଼ାଉ ଜୟପୁର ସହର ସମେତ ଅନ୍ୟ ଛୋଟ ବଡ ସହରରେ ବି ଚଢ଼ାଉ ଜାରୀ ରହିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ। ବିପଦସଂକୁଳ ସ୍ଥିତିରେ ଯଦି କୌଣସି ଶିଶୁ ଶ୍ରମିକ କାମ କରୁଛନ୍ତି ତେବେ ତୁରନ୍ତ ଜିଲ୍ଲାଶ୍ରମ ବିଭାଗକୁ ସୂଚନା ଦେବାକୁ ଜିଲ୍ଲା ଶ୍ରମ ଅଧିକାରୀ ଅନୁରୋଧ କରିଛନ୍ତି।