ବାଲେଶ୍ୱର: ୪ ହଜାର ଲିଟର କିରୋସିନ ଜବତ

ବାଲେଶ୍ୱର: ଆଜି ସକାଳେ ବିଲେଶ୍ୱର ଜିଲ୍ଲା ଭୋଗରାଇରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୪ ହଜାର ଲିଟର କିରୋସିନ ସହିତ ଏକ ଟ୍ୟାଙ୍କରକୁ ଜବତ କରିଛି ଭୋଗରାଇ ପୁଲିସ।
ମିଳିଥିବା ସୂଚନା ଅନୁଯାୟୀ, ଭୋଗରାଇ ମନ୍ଦାର ସାହିରୁ ଏକ ଟ୍ୟାଙ୍କରରେ ୪ ହଜାର ଲିଟର କିରୋସିନ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ଗ୍ରାମବାସୀମାନେ ଏହି ଟ୍ୟାଙ୍କରକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କିରୋସିନକୁ ଜବତ କରିଛି। ଏହି କିରୋସିନ ଚୋରା ଚାଲାଣ ପଛରେ ଯୋଗାଣ ବିଭାଗ ଅଧିକାରୀମାନଙ୍କ ହାତ ଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର