ଶିଶୁ କିଣାବିକା କରି ଚାରି ମହିଳା ଗିରଫ, ଜଣେ ଫେରାର

ରାଉରକେଲା : ଶିଶୁ କିଣାବିକା ଘଟଣାରେ ରାଉରକେଲା ପ୍ଲାଣ୍ଟସାଇଟ ପୁଲିସ  ଚାରିଜଣ ମାରାୱାଡି ମହିଳାଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଫେରାର ଅଛି । ଗିରଫ ମହିଳାମାନେ ଟିମ୍ବର କଲୋନିର ଜଣେ ମହିଳାଙ୍କ ଠାରୁ ୩୦ହଜାର ଟଙ୍କାରେ ଶିଶୁକନ୍ୟାକୁ କିଣୁ ଥିଲାବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା । ସେମାନେ ଗତ ୨୧ତାରିଖରେ ଗାନ୍ଧୀରୋଡ଼ରେ ଜଣେ କୁମାରୀ ମା’ର ନବଜାତ ଶିଶୁ କନ୍ୟାକୁ ୩୦ ହଜାରରେ କିଣି ଅଢେଇ ଲକ୍ଷ ଟଙ୍କାରେ ବିକି ଦେଇଥିଲେ । ପୁଲିସ ସୂଚନାପାଇ ଏହି ମହିଳା ରାକେଟକୁ ଧରିବାକୁ ଚଢ଼ଉ କରିଥିଲେ ମଧ୍ୟ ଅସଫଳ ହୋଉଥିଲା ।

ଗତକାଲି ସମାନ ଢଙ୍ଗର କାରବାର ଚାଲିଥିବା ସୂଚନା ପାଇ ସ୍ଥାନୀୟ ଅଞ୍ଚଳର ପୂର୍ଵତନ କାଉନସିଲର ପ୍ରମିଳା ଦାସ ପ୍ଲାଣ୍ଟ ସାଇଟ ଥାନାକୁ ଜଣାଇଥିଲେ । ପ୍ରମିଳାଙ୍କ ସୂଚନା ଆଧାରରେ ପୁଲିସ ଯୋଜନା ତିଆରି କରିଥିଲା । ଚାରି ମହିଳା ରାତିରେ ଟିମ୍ବର କଲୋନିରେ ପହଞ୍ଚି ଶିଶୁ କନ୍ୟାକୁ କିଣୁଥିବା ବେଳେ ପୂର୍ବରୁ ଲୁଚି ରହିଥିବା ପୁଲିସ ଟିମ ଚାରି ମହିଳାଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର