ଝାରସୁଗୁଡ଼ା: ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା କୁମାରବନ୍ଧ ଫାଣ୍ହ ତିଲିା ପଞ୍ଚାୟତ ଅନ୍ତର୍ଗତ ବରଙ୍ଗାମାଲ ଗ୍ରାମରେଏକ ଅଭାବନୀୟ ଘଟରା ଘଟିଛି। ବାପା ଧାନ ମଡ଼ା ମେସିନରେ ବେଙ୍ଗଳା ପକାଉଥିବା ବେଳେ ବାପା ସମ୍ମୁଖରେ ତାଙ୍କ ୪ ବର୍ଷର ଶିଶୁପୁତ୍ର ସେହି ମେସିନରେ ଚାପି ହୋଇ ମୃତ୍ୟୁ ଘଟିଛି ।ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିିବା ବେଳେ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଶିଶୁର ପଞ୍ଚନାମା କରି ମୃତଦେହ ବ୍ୟବଛେଦର ବ୍ୟବସ୍ଥା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବରଙ୍ଗାମାଲ ଗ୍ରାମର କିଶୋର ଚନ୍ଦ୍ର ଭୋଇ ନିଜ ଜମିରେ ଧାନ ବେଙ୍ଗଳା ପକାଉଥିଲେ। ଏଥିପାଇଁ ସେ ମେସିନ ବ୍ୟବହାର କରିଥିଲେ। ତେବେ ବାପା କିଶୋର ଭୋଇ ବେଙ୍ଗଳା ପକାଉଥିବା ବେଳେ ନିକଟରେ ତାଙ୍କ ୪ ବର୍ଷର ପୁଅ ସୌମ୍ୟରଞ୍ଜନ ଖେଳୁଥିଲେ। ତେବେ ଖେଳୁଥିବା ବେଳେ ଶିଶୁସୁୁଲଭ ଚପଳତା ନେଇ ସୌମ୍ୟରଞ୍ଜନ ବେଙ୍ଗଳାପକା ମେସିନ ଭିତରେ ପଶିଯାଇଥିଲେ। ଫଳରେ ବାପା ଦେଖୁଦେଖୁ ତାଙ୍କ ଆଖି ଆଗରେ ଶିଶୁପୁତ୍ରଟି ଚାପି ହୋଇଯାଇଥିଲେ। ତୁରନ୍ତ ମେସିନ ବନ୍ଦ କରି ସୌମ୍ୟରଞ୍ଜନଙ୍କୁ ମେସିନରୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଝାରସୁଗୁଡ଼ା: ମେସିନ୍ରେ ଚାପି ହୋଇ ୪ ବର୍ଷର ଶିାଉ ପୁତ୍ରର ମୃତ୍ୟୁ
/sambad/media/post_attachments/wp-content/uploads/2018/12/Child-Died_Jharsuguda_07.12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)