ବିନିକା: ସୁବର୍ଣ୍ଣପୁର ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ବିନିକା ଅବକାରୀ ଥାନାର ଏକ ଟିମ୍ ପକ୍ଷରୁ ଶୁକ୍ରବାର ଏନଏସି ଅନ୍ତର୍ଗତ ୱାର୍ଡ ନଂ. ୨ ଗୁଲାପଡ଼ାଠାରେ ଚଢ଼ଉ କରି ବେଲାରସେନ ମଣ୍ଡଳ (୫୩) ଓ ସୁବଳ ଭୁୟାଁ (୫୬)ଙ୍କଠାରୁ ୪୦ ଲିଟର ଚୋରାମଦ ଓ ଏକ ବାଇକ୍ (ଓଆର-୧୫କେ-୨୯୧୩) ଜବତ କରାଯାଇ ଥିଲା।
ଚୋରାମଦ କାରବାର ଅଭିଯୋଗରେ ଦୁହିଙ୍କୁ ଗିରଫ କରିଥିଲେ। ଏ ନେଇ ବିନିକା ଅବକାରୀ ଥାନା ପକ୍ଷରୁ ୫୧/୨୩-୨୪ରେ ଏକ ମାମଲା ରୁଜୁକରି ଉଭୟଙ୍କୁ ବିନିକା ଜେଏମଏଫସି କୋର୍ଟକୁ ପଠାଯାଇ ଥିଲା। କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇଥିବା ବିନିକା ଅବକାରୀ ଥାନାଧିକାରୀ ଗୋବର୍ଦ୍ଧନ ରଣା ସୂଚନା ଦେଇଛନ୍ତି। ଚଢ଼ଉରେ ବିନିକା ଅବକାରୀ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/arrest.jpg)