ପୁରୀ: ତାଳବଣିଆ କ୍ରୀଡ଼ା କମ୍ପ୍ଲେକ୍ସ ପରିସରରେ ଆୟୋଜିତ ୨ ଦିନିଆ ରାଜ୍ୟସ୍ତରୀୟ ଜନଜାତି ଖୋ ଖୋଓ ଜାତୀୟ କ୍ରୀଡ଼ା ଲାଗି ଚୟନ ପ୍ରତିଯୋଗିତା ଶେଷ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ଖୋ ଖୋ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ୨୦ ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ଜାତୀୟ ପ୍ରତିଯୋଗିତା ଲାଗି ଚୟନ କରାଯାଇଛି। ପ୍ରତିଯୋଗିତାରେ ଉଭୟ ବର୍ଗକୁ ମିଶାଇ ପାଖାପାଖି ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥି‌ଲେ।

Advertisment

ସେଥିମଧ୍ୟରୁ ପୁରୁଷରେ ଜଗନ୍ନାଥ ମୁର୍ମୁ, ପପୁ ମାର୍ଣ୍ଡି, ଶୁକନାଥ ସିଂ, ସିଦ୍ଧେଶ୍ୱର ଟୁଡୁ, ଗୌତମ ସିଂ, ଦୀପକ ସିଂହ,ଅଜୟ ମାନ୍ଦ୍ରା, ପବନି ଶବର, ଦିଲୀପ ଶବର, କରନ୍ ମାର୍ଣ୍ଡି, ଅର୍ଜୁନ ସିଂ, ସୁନ୍ଦରଗଡ଼ର ବିଶାଲ ଓରାମ, ଦିବ୍ୟ, ସିଦ୍ଧେଶ୍ୱର ଟୁଡୁ, ଗୌତମ ସିଂହ, ମୁନା ବେହେରା, ସୁକୁନ କୁଜୁର୍, ରଘୁ, ଆଲିୟା ଶବର, ରାଜା ନାୟକଙ୍କୁ ଚୟନ କରାଯାଇଛି। ମହିଳାରେ ଅର୍ଚ୍ଚନା ମାଝୀ, ମଗାଇ ମାଝୀ, ଶୁଭଶ୍ରୀ ସିଂହ, କାଦମ୍ବିନୀ ମାଝୀ, ଡାଙ୍ଗି ମୁର୍ମୁ, ଲିପି ନାୟକ, ସନ୍ତୋଷୀ ଭଦ୍ରା, ବାଲେଶ୍ୱରର ଚମ୍ପା ମାଝୀ, ପ୍ରିୟଙ୍କା ସିଂହ, ରେଣୁକା ମାର୍‌ଣ୍ଡି, ଆଶା ମାର୍‌ଣ୍ଡି, ପୁଷ୍ପା ମାର୍‌ଣ୍ଡି, ନନ୍ଦିତା କୁଜୁର, ରେଶ୍ମା ମିଞ୍ଜ, ମଧୁସ୍ମିତା, କ୍ଷମାପ୍ରଭା ନାୟକ, ରଚନା ପ୍ରଧାନ, ରେଶ୍ମା ବରିହାଙ୍କୁ ବଛାଯାଇଛି। ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର କ୍ରିଡ଼ାବିତ୍‌ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଆହ୍ବାନ କରିଛନ୍ତି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଏହାକୁ ପରିଚାଳନା କରିଥିଲେ। ବିଚାରକ ଭାବେ ସୂର୍ଯ୍ୟ ନାରାୟଣ ଜେନା, ପାର୍ଥ ସାରଥୀ ମହାପାତ୍ର, କ୍ରିଷ୍ଣା କୁମାରୀ ବିଶ୍ବାଳ, ମନସ୍ମିତା ମହାନ୍ତି, ରେଣୁବାଳା ପ୍ରଧାନ, ଅନ୍ନପୂର୍ଣ୍ଣା ରାଉତ, ରଞ୍ଜନ ମହାନ୍ତି, ଧୀରେନ୍ଦ୍ର ଦାସ, ଭୂବନ ମୋହନ ଦାସ, ତପନ ଦାସ, ସୂର୍ଯ୍ୟ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ। ସୌମ୍ୟ ରଞ୍ଜନ ପୂଜାରୀ, ଦିବାକର ପଟ୍ଟନାୟକ, ଅବିନାଶ ମହାପାତ୍ର, ଲକ୍ଷ୍ମୀଧର ଦାସ ପ୍ରମୁଖ ସହଯୋଗ କରିଥିଲେ।