ଭଦ୍ରକ: ୭୦ ପଞ୍ଚାୟତର ୪ଶହ ଗାଁ ଜଳ ମଗ୍ନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇ ଉଠିଛି। ଉଭୟ ସାଳିନ୍ଦୀ ଓ ବୈତରଣୀ ନଦୀର ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଜିଲ୍ଲାର ମୋଟ୍‌ ୭୦ଟି ଗ୍ରାମ ପଞ୍ଚାୟତର ୪ଶହ ଗାଁ ଏବେ ପାଣି ଘେରରେ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ସାଳିନ୍ଦୀ ଓ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳେ ଆଖୁଆପଦା ଠାରେ ବୈତରଣୀ ନଦୀର ବନ୍ୟାଜଳ ୧୮.୨୫ ମିଟର ଥିବା ବେଳେ ଭୟଙ୍କର ବନୃାରେ ସମଗ୍ର ଜିଲ୍ଲରେ ଛନକା ପଶିଛି। ବୈତରଣୀ ନଦୀ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ସେଠାରେ ବନ୍ୟାଜଳ ୧୮.୨୫ ମିଟର ଉପରେ ପ୍ରବାହିତ ହେଉଛି। ବନ୍ୟାଜଳ ବିଭିନ୍ନ ବ୍ଲକ୍‌ର ବହୁ ମୁଖ୍ୟ ରାସ୍ତ୍‍ାଗୁଡ଼ିକ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇ ପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକର ୧୫ଟି ଗ୍ରାାମ ପଞ୍ଚାୟତ, ଧାମନଗର ବ୍ଲକ୍‌ର ୧୫ଟି ପଞ୍ଚାୟତ, ତିହିଡ଼ି ବ୍ଲକ୍‌ର ୮ଟି ପଞ୍ଚାୟତ, ଚାନ୍ଦବାଲି ବ୍ଲକ୍‌ର ୧୦ଟି ପଞ୍ଚାୟତ, ଭଦ୍ରକ ବ୍ଲକ୍‌ର ୧୦ ପଞ୍ଚାୟତ, ବନ୍ତ ବ୍ଲକ୍‌ର ୧୦ଟି ପଞ୍ଚାୟତ ସହିତ ମୋଟ୍‌ ମୋଟ୍‌ ୭୦ଟି ପଞ୍ଚାୟତର ୪ଶହରୁ ଊର୍ଧ୍ୱ ଗାଁ ପାଣି ଘେରରେ ଥିବା ବେଳେ ଭଦ୍ରକ ପୌରସଂସ୍ଥାର କେତୋଟି ଓ୍ଵାଡ ମଧ୍ୟ ପାଣି ଘେରରେ ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର