ହେବ କି ଅନାବୃଷ୍ଟି ସଂକଟ: ଶୁଖିଲା ପଡ଼ିଛି ଖୋର୍ଦ୍ଧା ଜିଲ୍ଲାର ୪୨ ହଜାର ହେକ୍ଟର ଚାଷ ଜମି

ଖୋର୍ଦ୍ଧା: ଯଦି ୫ ତାରିଖ ମଧ୍ୟରେ ବର୍ଷା ନହୁଏ ତେବେ ଜିଲ୍ଲାର ମୋଟ ଚାଷ ଜମିର ୪୦ ଭାଗ ଜମିରେ ତଳି ଶୁଖିଯିବ। ଜିଲ୍ଲାର ୮ଟି ବ୍ଲକରେ ସମ୍ଭାବ୍ୟ ‘ଗଜାମରୁଡ଼ି’ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ଅଧସ୍ତନ ଅଧିକାରୀ ଓ କର୍ମଚାରୀଙ୍କୁ ଜିଲ୍ଲା କୃଷି ବିଭାଗ ନିର୍ଦ୍ଦେଶ ଦେଇଛି।

ଜିଲ୍ଲାରେ ମୋଟ ୧ଲକ୍ଷ ୩୮ ହଜାର ୩୨୧ ହେକ୍ଟର ଚାଷ ଯୋଗ୍ୟ ଜମି ମଧ୍ୟରୁ ୧ଲକ୍ଷ ୯ହଜାର ୬୨୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଥାଏ। ଏହା ମଧ୍ୟରୁ ୧୭,୪୭୫ ଢିପ ଜମି, ୪୩,୩୩୮ ହେକ୍ଟର ମଧ୍ୟମ ଉଚ୍ଚ ଜମି, ୪୮,୮୦୭ ହେକ୍ଟର ଖାଲୁଆ ଜମି ରହିଛି ଏହା ମଧ୍ୟରୁ ପ୍ରାୟ ୫୩,୫୦୦ ହେକ୍ଟର ଜମିର ଧାନ ବୁଣା ଯାଇଥାଏ ବଳକା ହେକ୍ଟର ଜମିରେ ଧାନ ତଳି ରୁଆଁ ଯାଇଥାଏ।

ଜୁନ୍‌ ୧୫ ତାରିଖରୁ ଜୁଲାଇ ୩୧ ତାରିଖ ସୁଦ୍ଧା ୪୫ ଦିନ ଧରି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ଜୁଲାଇ ମାସରେ ସାଧାରଣତଃ ୩୦୫ ମିମି ବର୍ଷା ହେବା କଥା କିନ୍ତୁ ଚଳିତ ବର୍ଷ ଏହି ମାସରେ ୧୪୮ ମିମି ବର୍ଷା ହୋଇଛି କମ୍‌ ବର୍ଷା ହୋଇଥିଲେ ମଧ୍ୟ ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ୱର ବ୍ଲକର ଜମିଗୁଡ଼ିକ ଖାଲୁଆ ଅଂଚଳର ଓ ଏହିଗୁଡ଼ିକୁ କେନାଲ୍‌ ଜଳର ସୁବିଧା ରହିଛି ବଳକା ୮ଟି ବ୍ଲକର ପ୍ରାୟ ୪୨ ହଜାର ହେକ୍ଟର ଜମିରେ ପାଣି ଅଭାବରୁ ଜମି ଶୁଖିଲା ପଡ଼ିଛି ୮ଟି ବ୍ଲକ ମଧ୍ୟରୁ ବୋଲଗଡ଼ ଓ ବାଣପୁରର ଚାଷ ଜମିଗୁଡ଼ିକ ବର୍ଷା ଅଭାବରୁ ସର୍ବାଧିକ କ୍ଷତି ହୋଇଛି।

Photo: Sambad

ଏନେଇ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ଭାସ୍କର ବାରିକ କହିଛନ୍ତି ଯେ ଜିଲ୍ଳାରେ ବୋଲଗଡ଼ ଓ ବାଣପୁର ବ୍ଲକର କିଛି କିଛି ସ୍ଥାନରୁ ଜମିରୁ ଚାଷ ଜମିରେ ପାଣିନଥିବା ନେଇ ଅଭିଯୋଗ ଆସିଛି ତଳି ପକା ସମୟରେ ଧାନ ବିଲରେ ଠିଆ ପାଣି ରହିବା କଥା, କିନ୍ତୁ ୪୨ ହଜାର ହେକ୍ଟର ଜମିରେ ପାଣିନାହିଁ ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜମି ଫାଟିନାହିଁ ତେବେ ଏନେଇ ସତର୍କ ଦୃଷ୍ଟି ରଖିବାକୁ ଫିଲ୍‌ଡ୍‌ ଷ୍ଟାଫ୍‌ ଓ ବ୍ଲକ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଯଦି ୫ ତାରିଖ ମଧ୍ୟରେ ବର୍ଷା ନହୋଇ ଖରା ଏଭଳି ରୁହେ ତେବେ ପାଣିନଥିବା ଜମିଗୁଡ଼ିକ ଫାଟିବା ଆରମ୍ଭ କରିବ ବୋଲି ଶ୍ରୀ ବାରିକ ସୂଚନା ଦେବା ସହ ସେ ଆଶାବ୍ୟକ୍ତ କରିଛନ୍ତି ଯେ ପାଣିପାଗ ବିଭାଗ ୪-୫ ଆଡ଼କୁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ବର୍ଷା ହେଲେ ଏହି ସମସ୍ୟା ଦୂର ହୋଇଯିବ ତେବେ ଚାଷୀମାନଙ୍କୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ବିଲରୁ ଘାସ ବାଛି ଦିଅନ୍ତୁ ବର୍ଷା ପଡ଼ିବା ପରେ ଯାଇ ବିଲରେ ସାର ଦେବେ ଫଳରେ ତଳି ନଷ୍ଟ ହେବାରୁ କିଛି ପରିମାଣରୁ ରକ୍ଷା ମିଳିବ ସେହିଭଳି ଖାଲୁଆ ରୁଆଁ ବିଲରେ ଚାଷୀମାନେ ଅଧିକ ତଳି ଦେଇ ରୁଆଁ କରିବାକୁ ଉପନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର