୪୩ ଲିଟର ମଦ ଜବତ, ୬ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଆଜି ୪୩ ଲିଟର ଦେଶୀମଦ, ପୋଚ ଓ ବିଦେଶୀ ମଦ ଜବତ କରିବା ସହ ଏହି ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଛି ।

ଆଜି ବୋଲଗଡ଼, ବେଗୁନିଆରେ ସାମନ୍ତରାପୁର, କଂଟାବାଡ଼, ଆରିକମା, ଧଳାପଥର, ଏକଡାଳିଆ, କୁଁଆରପୁର ଆଦି ସ୍ଥାନରେ ଖୋର୍ଦ୍ଧା ରେଂଜ୍ ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଚଢ଼ଉ କରିଥିଲେ । ଏଥିରେ ୩୩ଲିଟର ଦେଶୀ ମଦ, ୪.୮୦୦ଲିଟର ପୋଚ ଓ ୫.୪୦୦ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଚଢ଼ଉରେ ବେଗୁନିଆ ସାମନ୍ତରାପୁରରୁ ଜିତେନ୍ଦ୍ର ପ୍ରଧାନ (୨୨), ବେଗୁନିଆ କଂଟାବାଡ଼ରୁ ଦୀପକ ପାଣିଗ୍ରାହୀ (୩୪), ବୋଲଗଡ଼ ଆରିକମାରୁ ଭିକାରୀ ସ୍ୱାଇଁ (୬୦), ବେଗୁନିଆ ଧଳାପଥରରୁ ପ୍ରଫୁଲ୍ଲ କୁମାର ସାହୁ (୨୬), ବୋଲଗଡ଼ ମଙ୍ଗରାଜପୁରରୁ କୁମର ବେହେରା (୪୫), ବୋଲଗଡ଼ କଁଅରପୁରରୁ ପରମାନନ୍ଦ ନାୟକଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ ପୃଥକ ୬ଟି ମାମଲା ୧୧୨/୧୧୩/୧୧୪/ ୨୦୨୧ ଓ ୪୩/୨୦୨୧, ୫୦/୫୧/୨୦୨୧ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ମୋବାଇଲ୍ ୟୁନିଟର ଇନ୍ସପେକ୍ଟର ଜୟଦେବ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଥାନାର କୌଶଲ୍ୟା ଜେନା ଓ ଅନ୍ୟ କର୍ମଚାରୀ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର