ରାଉରକେଲାରୁ ମୁର୍ଶିଦାବାଦ ଗଲେ ୪୪ ଶ୍ରମିକ

ରାଉରକେଲା : ଆଜି ଅପରାହ୍ନରେ ସୁନ୍ଦରଗଡ ଜିଲ୍ଲା କୋଇଡା ବସଷ୍ଟାଣ୍ଡରୁ ୪୪ ଜଣ ଶ୍ରମିକ ପଶ୍ଚିମବଙ୍ଗର ମୁର୍ଶିଦାବାଦକୁ ଦୁଇଟି ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ଗତ କିଛି ବର୍ଷ ହେଲା ମୁସିଦାବାଦ ଜିଲ୍ଲାର ୪୪ ଜଣ ଶ୍ରମିକ କୋଇଡା ଅଞ୍ଚଳର ବିଭିନ୍ନ ଠିକାସଂସ୍ଥାରେ ରହି ରାଜମିସ୍ତ୍ରୀ ଓ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ଦୁଇ ମାସ ହେବ ଲକଡାଉନରେ ଫସି ରହିଥିଲେ । ଶେଷରେ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ବିର୍ଷା ମୁଣ୍ଡ ଆଦିବାସୀ ସଙ୍ଘର ସଦସ୍ୟ ମାନଙ୍କ ସାହାଯ୍ୟ ଦ୍ୱାରା ଆଜି ୪୪ ଜଣ ଶ୍ରମିକ ନିଜ ରାଜ୍ୟକୁ ଫେରିଯିବାରେ ସଫଳ ହୋଇଛନ୍ତି ।

ପ୍ରଥମେ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ସନତ କୁମାର ପଶୁପାଳକ ୪୪ ଜଣ ଶ୍ରମିକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସ୍ଥାନୀୟ ତହସିଲଦାର ଦୁର୍ଯ୍ୟୋଧନ ଭୋଇ ଏବଂ ରାଜସ୍ୱ ପରିଦର୍ଶକ ଶୁଭେନ୍ଦୁ ରୋହୀଦାସ ସରକାରୀ ନିୟମ ଅନୁଯାୟୀ ପାସ ଯୋଗାଇ ଦେବା ସହିତ ଶ୍ରମିକ ମାନେ ପହଁଚି ନିଜ ଅଞ୍ଚଳରେ କ୍ବାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଯିବା ସମୟରେ ବିର୍ଷା ମୁଣ୍ଡା ଆଦିବାସୀ ସଂଘ ତରଫରୁ ବିସ୍କୁଟ , ଫଳ , କଦଳୀ ପାଣି ବୋତଲ ମାସ୍କ ଆଦି ବିଭିନ୍ନ ସୁଖିଲା ଖାଦ୍ୟ ସାମଗ୍ରୀ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଇଥିଲା । ସମସ୍ତ ଶ୍ରମିକ ସ୍ଥାନୀୟ ପ୍ରଶାସନ ସହିତ କାର୍ଯ୍ୟରତ ଅଞ୍ଚଳର ସମସ୍ତ ଠିକା ସଂସ୍ଥା ମାଲିକ ମାନଙ୍କ ମହନୀୟତା ପାଇଁ ହାତଯୋଡି ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର