ବୌଦ୍ଧ: ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ମନମୁଣ୍ଡା ଥାନା ଅନ୍ତର୍ଗତ କସୁରବନ୍ଧ ପଂଚାୟତ ବାଗଡ଼ିଆ ଗ୍ରାମ ନିକଟ ଆଭ୍ୟନ୍ତରୀଣ ଜଙ୍ଗଲରେ ୧୫ ଏକର ଜଙ୍ଗଲ ଜମି ଉପରେ ଚଢ଼ଉ କରାଯାଇ ୪୫ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ବଜାର ମୂଲ୍ୟ ୪କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଚଢ଼ଉରେ ମାଜିଷ୍ଟ୍ରେଟ ଭାବରେ ସୁଶୀଲ କହଁର, ଇନ୍ସପେକ୍ଟର ବିଜୟ ଧରୁଆ, ମନମୁଣ୍ଡା ଅବକାରୀ ଓଆଇସି ରମେଶ ମହାନ୍ତି, ବ୍ରହ୍ମାନନ୍ଦ ଭୋଇ, ରୂପେଶ ମୁଖୀ, ନବୀନ ଡାଙ୍ଗ, ଅଂଜଳି ଅମାତ, ପଂଚମୀ ବେହେରା ପ୍ରମୁଖ ସାମିଲ ଥିଲେ।
୪୫ ହଜାର ଗଞ୍ଜେଇ ଗଛ ପୋଡ଼ିଲେ
/sambad/media/post_attachments/wp-content/uploads/2020/12/fc5551d1-4aef-438a-8972-734a938329ce.jpg)