ପୁରୁଷୋତ୍ତମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ଉପକଣ୍ଠ 'କରୁଣା' ହୋଟେଲ୍ରେ ପଶି ୩ଜଣ ଦୁର୍ବୃତ୍ତ ଆତଙ୍କରାଜ୍ ସୃଷ୍ଟି କରିବା ସହ ୪ ଜଣ କର୍ମଚାରୀଙ୍କୁ ମାଡ଼ ମାରିବା ସହ ମାଉଜର୍ ଦେଖାଇ କ୍ୟାସ୍ କାଉଣ୍ଟର୍ରୁ ୪୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ କେସ୍ ନମ୍ବର ୩୧୪ ଅନୁସାରେ ମାମଲା ରୁଜୁ ସହ ତିନିଜଣ ଅଭିଯୁକ୍ତ କବିସୂର୍ଯ୍ୟନଗର ମେଡିକାଲ ସାହିର ରଞ୍ଜନ ବିଷୋୟୀ (୩୨), କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣାର ବିଶ୍ବଜିତ୍ ପାଇକରାୟ (୩୨) ଓ ନନ୍ଦିଆଗଡ଼ ଗ୍ରାମର ମୁକେଶ ସାହୁ (୩୨)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠୁ କାର୍ (ଗୁଜରାଟ ନମ୍ବର), ଗୋଟିଏ ମାଉଜର୍ ଓ ୩ଟି ଗୁଳି ଜବତ ହୋଇଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।
ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ୩ ଜଣ ଅଭିଯୁକ୍ତ ଏକ କାର୍ରେ ଆସି ହୋଟେଲ୍ ଭିତରେ ପଶିଥିଲେ। ସେମାନେ ସେଲସମ୍ୟାନ୍ ରଞ୍ଜନ କୁମାର ପାତ୍ରଙ୍କୁ ମଦ ମାଗିଥିଲେ। କିନ୍ତୁ ମଦ ନାହିଁ ବୋଲି କହିବାରୁ ସେମାନେ ରଞ୍ଜନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ରଞ୍ଜନଙ୍କ ଚିତ୍କାର ଶୁଣି ଅନ୍ୟ ୩ ଜଣ କର୍ମଚାରୀ ବୁଲା ନାହାକ, ରମେଶ ସ୍ବାଇଁ ଓ ରବିନାରାୟଣ ନାହାକ ପହଞ୍ଚିଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ବିୟର୍ ବୋତଲ୍ରେ ଆକ୍ରମଣ କରି କ୍ଷତାକ୍ତ କରିଥିଲେ। ଖଣ୍ଡା ଓ ମାଉଜର୍ ଦେଖାଇ ହତ୍ୟା ଧମକ ଦେବା ସହ କ୍ୟାସ୍ କାଉଣ୍ଟରରୁ ଟଙ୍କା ଧରି ଆଖି ପିଛୁଳାକେ ଚମ୍ପଟ୍ ମାରିଥିଲେ। ପୁଲିସ ପହଞ୍ଚି ସିିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଅଭିଯୁକ୍ତଙ୍କୁ ସେମାନଙ୍କ ଗାଁରେ ଚଢ଼ଉ କରି ଆଜି ଭୋର୍ରେ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/IMG-20210717-WA0028.jpg)