ମେ’ରେ ୪,୯୮୨ ଟନ୍ ଅମ୍ଳଜାନ ପଠାଇଲାଣି ଆରଏସ୍‌ପି, ମୋଟ୍ ପଠାଇଛି ୭୮୫୯ ଟନ୍ରୁ ଅଧିକ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆରଏସ୍‌ପି) ପକ୍ଷରୁ ଦେଶର ବିଭିନ୍ନ ଅଞ୍ଚଳକୁ ତରଳ ମେଡିକାଲ ଗ୍ରେଡ୍ ଅମ୍ଳଜାନ(ଏଲ୍ଏମ୍ଓ) ଯୋଗାଣ ଜାରି ରହିଛି। ଏଲ୍ଏମ୍ଓ ପ୍ରେରଣରରେ ଗତକାଲି ଆର୍ଏସ୍ପି ଏକ ନୂଆ ରେକର୍ଡ କରିଥିଲା। ଗତକାଲି ୨୮ ଟି ଟ୍ୟାଙ୍କର୍ରେ ୪୯୯.୧୬ ଟନ୍ ପଠାଇ ନୂତନ ଦିନିକିଆ ରେକର୍ଡ ସ୍ଥାପନ କରିଛି। ଏହାପୂର୍ବରୁ ଗତ ୭ ତାରିଖରେ ୪୭୪.୧୬ ଟନ ପଠାଇଥିଲା। ପ୍ରକାଶଥାଉକି, ଗତ ୧  ୧୪ ତାରିଖ ପର୍ଯ୍ୟନ୍ତ ମୋଟ୍ ୪୯୮୨.୭୧ ଟନ୍ ତରଳ ମେଡିକାଲ ଅମ୍ଳଜାନ ପଠାଯାଇଛି। ତେବେ ଏପ୍ରିଲ ୧ ତାରିଖରୁ ଏପର୍ଯ୍ୟନ୍ତ ଆରଏସପିର ଅକ୍ସିଜେନ ପ୍ଲାଣ୍ଟରୁ ୭୮୫୯ ଟନ୍ ରୁ ଅଧିକ ତରଳ ମେଡିକାଲ ଅମ୍ଳଜାନ, ଦେଶର ବିଭିନ୍ନ ରାଜ୍ୟକୁ ଟ୍ୟାଙ୍କର୍ ଦ୍ଵାରା ତଥା ଭାରତୀୟ ରେଳବାଇ ପରିଚାଳିତ ‘ଅମ୍ଳଜାନ ଏକ୍ସପ୍ରେସ୍’ ଦ୍ଵାରା ପଠାଯାଇସାରିଲାଣି।

ସମ୍ବନ୍ଧିତ ଖବର