ମାଲକାନଗିରିରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ମାଲକାନଗିରି: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୋଟୁ ତାଲୁକା ଆଇନ ସେବା କମିଟି, ମାଥିଲି ଜେଏମଏଫସି, କୁଡୁମୁଲୁଗୁମ୍ମା ଜେଏମଏଫସି ଦ୍ବାରା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରାଳୟ ତଥା ମାଥିଲି, ମୋଟୁ ଏବଂ କୁଡୁମୁଲୁଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ଏହି ଲୋକ ଅଦାଲତରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅଜନ୍ତା ଷଡଙ୍ଗୀ ସମେତ ଅତିରିକ୍ତ ଜିଲ୍ଲା ଜଜ ଉଦୟ ଭାନୁ ଜେନା,ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସତ୍ୟପ୍ରିୟ ଦାସ, ବରିଷ୍ଠ ଦେବାନୀ ବିଚାରପତି ବିଜୟ କୁମାର ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ବରିଷ୍ଠ ଦେବାନୀ ବିଚାରପତି ରାକେଶ କୁମାର ମୁଦୁଲି, ଦଣ୍ଡାଧିକାରୀ ଦେବେନ୍ଦ୍ର ନାଥ ବାଗ, ମାଥିଲି ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ସଂତୋଷ କୁମାର ବାରିକ, ମୋଟୁର ପ୍ରବୀଣ କୁମାର ହୋତା, କୁଡୁମୁଲୁଗୁମ୍ମା ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ସୁମନ୍ତ କୁମାର ପଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମକଦ୍ଦମାର ଫଇସଲା କରିଥିଲେ।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ ୨୭୯୨ ଗୋଟି ଫୌଜଦାରି,ଦେବାନୀ ଏବଂ ଅନ୍ୟାନ୍ୟ ମକଦ୍ଦମାର ଫଇସରା କରାଯାଇ ୬୨ ଲକ୍ଷ ୧୩ ହଜାର ୪୦୯ ଟଂକା ଧାର୍ଯ୍ୟ କରାଯାଇଥିଲା। ଏଥିରେ ୫ଟି ମଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫଇସଲା କରାଯାଇ ୨୯ ଲକ୍ଷ ୨୦ ହଜାର ଟଂକା ଧାର୍ଯ୍ୟ କରାଯାଇଥିଲା।ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କ ଭାଗ ନେଇ ମୋଟ ୨୫ ଗୋଟି ବ୍ୟାଙ୍କ ଋଣ ମାମଲାର ପ୍ରାକ ମକଦ୍ଦମାସ୍ତରରେ ସମାଧାନ କରାଯାଇ ୧୧ ଲକ୍ଷ ୮୩ ହଜାର ଟଂକା ଧାର୍ଯ୍ୟ କରାଯାଇଥିଲା। ଉକ୍ତ ଲୋକ ଅଦାଲତରେ ଜିଲ୍ଲାର ସମସ୍ତ କୋର୍ଟର କର୍ମଚାରୀ, ଓକିଲ ସଂଘର ସଭ୍ୟମାନେ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର