ସୁନ୍ଦରଗଡ଼ : ପଶ୍ଚିମାଞ୍ଚଳର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଓ ସ୍ବେଚ୍ଛାସେବୀ ସଂଗଠନ ପଶ୍ଚିମାଞ୍ଚଲ ଏକତା ମଞ୍ଚ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ପ୍ରଚାର ସହ ସମନ୍ବୟ ଓ ଏକତା ବୃଦ୍ଧି ପାଇଁ ପ୍ରତିବର୍ଷ ଅଗଷ୍ଟ ଏକ ତାରିଖ ରେ ସମ୍ବଲପୁରୀ ଦିନ ଓ ବର୍ଷକ ଥରେ ଜାତୀୟ ସମ୍ବଲପୁରୀ ସମ୍ମେଳନର ଆୟୋଜନ କରିଆସୁଛି। ଏହା ମଧ୍ୟରେ ୩ଟି ସମ୍ମେଳନ ଅନୁଷ୍ଠିତ ହୋଇଯାଇଥିବା ବେଳେ ଚଳିତ ବର୍ଷ ଚତୁର୍ଥ ସମ୍ମେଳନ ରାଉରକେଲା ଠାରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି । ଏଥିପାଇଁ ପ୍ରାଥମିକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାଏକ ଓ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ କର୍ମକର୍ତ୍ତାଗଣ ସୁନ୍ଦରଗଡ ସାର୍କିଟ ହାଉସ ଠାରେ ସାକ୍ଷାତ କରି ଆସନ୍ତା ସମ୍ମେଳନ ସମ୍ପର୍କରେ ଆଲୋଚନା କରିଛନ୍ତି । କୋଭିଡ କଟକଣା ହଟିବା ପରେ ଏହି ସମ୍ମେଳନ କରିବାକୁ ସ୍ଥିର ହୋଇଥିଲା। ସମ୍ମେଳନର ରୂପରେଖ କଣ ରହିବ ତାକୁ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଏଥିରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ଆବାହକ ଭବାନୀ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ଅର୍ଥ ସଂଯୋଜକ ସୁବୋଧ କୁମାର ଦୋରା, ଯୁବ ସଂଯୋଜକ ଦେବାଶିଷ ବେହେରା, ସମ୍ବଲପୁର ଶାଖା ସଂଯୋଜକ ରାହୁଲ ଗୁପ୍ତା, କାର୍ଯ୍ୟକ୍ରମ ସଂଯୋଜକ ରାଜେଶ ସ୍ବାଇଁ, ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ ରୋଷନ ସାହୁ, ସମ୍ବଲପୁର ଶାଖା କାର୍ଯ୍ୟକ୍ରମ ସଂଯୋଜକ ଅଭିଷେକ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
ରାଉରକେଲାଠାରେ ହେବ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ
/sambad/media/post_attachments/wp-content/uploads/2021/10/WhatsApp-Image-2021-10-26-at-21.24.06.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)