ରାଉରକେଲା: ମାଓବାଦୀଙ୍କ ନାମରେ ଦାଦାବଟି ଓ ପୋଡ଼ାଜଳା ଘଟଣାରେ ୪ ଗିରଫ

ରାଉରକେଲା: ମାଓବାଦୀଙ୍କ ନାମରେ ଦାଦାବଟି ମାଗିବା ଓ ଠିକାଦାର କ୍ୟାମ୍ପ ଉପରେ ଆକ୍ରମଣ ଘଟଣାରେ ୪ ଗିରଫ
ରାଉରକେଲା: ମାଓବାଦୀଙ୍କ ନାମରେ ଜଣେ ଠିକାଦାରଙ୍କୁ ଦାଦାବଟି ମାଗିବା ଓ ଦାଦାବଟି ନ ଦେବାରୁ ବିଶ୍ରା ଥାନା କାଳିଆପୋଷ ଗାଁରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକାଦାରଙ୍କ କ୍ୟାମ୍ପରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେଠାରେ ଥିବା ଜେସିିବି ମେସିନ, ଜେନେରେଟର ଓ ସିମେଣ୍ଟ ଗୋଦାମରେ ନିଆଁ ଲଗାଇ ଦେଇବା ଘଟରରୋ ପୁଲିସ ୪ ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ସୀମାକୁ ଲାଗି ଓଡ଼ିଶାର ବିଶ୍ରା ଥାନା ଅନ୍ତର୍ଗତ କାଳିଆପୋଷ ଗାଁରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଚେକ୍‌ ଡ୍ୟାମ୍‌ ନିର୍ମାଣ କରାଯାଉଛି। ଏହି କାର୍ଯ୍ୟର ଠିକା ନେଇଥିବା ସଂସ୍ଥାକୁ ୩ ଲକ୍ଷ ଟଙ୍କା ଚାନ୍ଦା ଦେବା ପାଇଁ ମାଓବାଦୀ ଛୋଟନାଗର ସବ୍‌ ଡିଭିଜନ କମିଟି ନାମରେ ଲିଖିତଭାବେ ଦାବି କରାଯାଇଥିଲା ଓ ପରେ ଫୋନ କରାଯାଇଥିଲା। ମାତ୍ର ସମ୍ପୃକ୍ତ ଠିକାଦାର ସଂସ୍ଥା ଏହାକୁ ଗୁରୁତ୍ୱ ନ ଦେବାରୁ ଗତ୨୩ ତାରିଖ ରାତିରେ ୨୦ରୁ ୩୦ ଯୁବକ ଠିକାଦାରଙ୍କ କ୍ୟାମ୍ପ୍‌ରେ ପଶି ଭଙ୍ଗାରୁଜା କରିବା ସହିତ ସେଠାରେ ଥିବା ଗାଡ଼ି ମୋଟର ପୋଡ଼ି ଦେଇଥିଲେ। ଖବର ପାଇ ବିଶ୍ରା ଥାନା ପୁଲିସ ଓ ଝାଡ଼ଖଣ୍ଡରେ ଥିବା ସିଆରପିଏଫ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଏହି ଘଟଣା ପଛରେ ଏକ ର‍୍ୟାକେଟ ଥିବା ଜାଣିପାରିଥିଲା। ଏହି ଘଟଣାରେ ବିଶ୍ରା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣଙ୍କର ମାଓବାଦୀମାନଙ୍କ ସହିତ ସମ୍ପୃକ୍ତି ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର