ବୈପାରିଗୁଡା: ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସକୁ ବଡ଼ ସଫଳତା ମିଳିଛି। ଭୋର ସାଢ଼େ ପାଞ୍ଚଟା ସମୟରେ ପେଟ୍ରୋଲିଂରେ ବାହାରି ବୈପାରିଗୁଡା ବାଲିଆ ରାସ୍ତାରେ ନୂଆଗୁଡା ଠାରେ ଗାଡ଼ି ଗୁଡ଼ିକୁ ଯାଞ୍ଚ୍ କରୁଥିବା ବେଳେ ମାଲକାନଗିରି ପଟରୁ ଆସୁଥିବା (ଓଡି-୨୪- ୮୧୦୬) ନମ୍ବର ବିଶିଷ୍ଟ ବୋଲେରୋ ପିକ୍ଅପ୍ ଭ୍ୟାନକୁ ଅଟକାଇଥିଲେ।
ତେବେ ପୁଲିସକୁ ଦେଖି ଡ୍ରାଇଭର ଗାଡ଼ିକୁ ଛାଡ଼ି ଜଂଗଲ ଭିତରକୁ ଦୈାଡି ଚାଲିଯାଇଥିଲା। ଗାଡ଼ିକୁ ଯାଂଚ୍ କରିବା ସମୟରେ ସେଥିରୁ ୫୬୮.୫୦୦ କିଲୋ ଗଂଜେଇ ମିଳିଥିଲା। ପୋଲିସ ଗାଡ଼ିକୁ ଗଂଜେଇ ସହ ଜବତ କରିଛନ୍ତି। ଗାଡ଼ିଟି ମାଲକାନଗିରି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲାକୁ ଚାଲାଣ କରାଯାଉଥିବା ପୁଲିସ ସୂତ୍ରରୁ ପ୍ରକାଶ। ପେଟ୍ରୋଲିଂ ଡ୍ୟିଟିରେ ଏସ୍.ଆଇ. ଏନ୍ ପାଢ଼ୀ, ଏ.ସ୍.ଆଇ.ଏସ୍.କେ ପାତ୍ର, କନେଷ୍ଟବଳ ଧନପତି ନାୟକ, ନରେନ୍ଦ୍ର ଗୌଡ଼, ଓଏପିଏଫ୍ ର ଏସ୍.ଆର୍.ପେଣ୍ଠିଆ ଏବଂ ରାମଚନ୍ଦ୍ର ପାଙ୍ଗି ଓ ସୁରେନ୍ଦ୍ର ପାଙ୍ଗି ଥିଲେ।
/sambad/media/post_attachments/wp-content/uploads/2020/12/6a666fd1-19ab-4978-85ac-9d22a247dbe1.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/30240d66-aa2e-4d79-844e-b3c664f08c35.jpg)