ସାଲେଭଟା: ଆଗଲପୁର (ଡୁଡୁକା) ବ୍ଲକ୍ ନଅଗାଁ(ଖ) ଗ୍ରାମପଞ୍ଚାୟତ ସାନଟିକା ଗ୍ରାମରେ ଦୁବୃର୍ତ୍ତମାନେ ୫ଏକର ଜମିର ଧାନଖରିରେ ନିଅାଁ ଲଗାଇ ଦେଇଛନ୍ତି। ଫଳରେ ଏହା ସଂପୂର୍ଣ୍ଣ ରୂପେ ଜଳିଯାଇଛି। ସାନଟିକା ଗ୍ରାମରେ ତରଣୀ ପଧାନ ତାଙ୍କ ୨ ଏକର, ନଅଗାଁ ନିକଟ ଦାସପାଲି ଗ୍ରାମର ବିଦ୍ୟା ପଧାନଙ୍କ ୨ ଏକର, କସ୍ତୁରୀ ସୁନାଙ୍କ ଭାଗଚାଷ ୧ଏକର ଜମିରେ ଅମଳ କରି ଖରି ଆକାରେ ରଖାଯାଇଥିଲା। ରବିବାର ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଏହି ଧାନ ଖରିରେ ହଠାତ ନିଅାଁ ଜଳୁଥିବା ଦେଖାଯାଇଥିଲା। ସଂଗେସଂଗେ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା। ଗାଁର କିଛି ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଲୋଇସିଂହା ଅଗ୍ନିଶମ ବିଭାଗ ଆସି ପହଞ୍ଚି ଥିଲେ। ନିଅାଁ ଲାଗି ୫ଏକର ଜମିର ଧାନ ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। କେତେକ ଦୁବୃର୍ତ୍ତ ଅହସହିଷ୍ଣୁତା ବଶତଃ ନିଅାଁ ଲଗାଇ ଦେଇଥିବା ତରଣୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଆଗଲପୁର ତହସିଲଦାରଙ୍କୁ ଲିଖିତ ଆକାରେ ଜଣାଇଛନ୍ତି। ଚଳିତ ବର୍ଷ ମରୁଡ଼ି ପରିସ୍ଥିତିରେ ବହୁପରିଶ୍ରମରେ ଅମଳ କରିଥିବା ଧାନକୁ ପୋଡ଼ିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଓ ସଂପୃକ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି ହେଉଛି।
ଦୁର୍ବୃତ୍ତ ଜାଳିଦେଲେ ୫ ଏକର ଜମିର ଧାନଖରି
/sambad/media/post_attachments/wp-content/uploads/2017/11/burning_village.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)