ଚୋରା କଳା ମୁଗୁନି ପଥର ବୋଝେଇ ୪ ଟ୍ରକ ଜବତ, ୫ ଗିରଫ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଶିଳ୍ପାଂଚଳ ପୁଲିସ ଏକ ବେଆଇନ କଳା ମୁଗୁନି ପଥର ବୋଝେଇ ଟ୍ରକକୁ ଜବତ କରିଛି । ଏହି ଘଟଣାରେ ଟ୍ରକର ଡ୍ରାଇଭର ସମେତ ୫ଜଣଙ୍କୁ ଗିରଫ କରାଯାଇଛି ।

କଳାମୁଗୁନି ପଥର ଚାଲାଣରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗବବସ୍ତ ଗ୍ରାମର ଅବଦୁଲ ଅମିର ଖାଁ (୨୮), ଶିବ ଦାସ (୫୦), ଫିରୋଜ ଖାଁ (୨୮), କଟକ ଜିଲ୍ଲା ଗୋବିନ୍ଦପୁର ଥାନା ମଜୁରାଇ ଗ୍ରାମର ଜ୍ଞାନରଂଜନ ପାତ୍ର (୩୮), କଟକ ଜିଲ୍ଲା କନ୍ଦରପୁର ଥାନା ପରମହଂସ ଗ୍ରାମର ପ୍ରକାଶ ମଲ୍ଲିକ(୩୨) । ସେହିପରି ଓଆର-୦୯-ଇ-୯୭୪୭, ଓଆର-୧୪-କ୍ୱି-୪୮୨୨, ଓଆର-୦୪-ଇ-୦୬୩୫, ଓଆର-୦୯-ଇ-୧୨୨୬, ଗାଡ଼ି ଗୁଡ଼ିକୁ ପୁଲିସ ଜବତ କରିଛି ।

ସୂଚନାଯୋଗ୍ୟ, ଗତ କାଲି ରାତି ପ୍ରାୟ ୧୧ଟାରେ ପିତାପଲ୍ଲୀ ଛକ ଠାରେ ପୁଲିସ ବ୍ଲକିଂ କରି ଗାଡ଼ି ଯାଂଚ କରୁଥିଲେ । ଏହା ଜାଣି ପାରି ଉକ୍ତ ଗାଡ଼ିଗୁଡ଼ିକର ଚାଳକ ସ୍ଥାନୀୟ ୧୬ ନମ୍ବର ଜାତୀୟ ରାଜପଥ ପ୍ରାଣନାଥ ମହାବିଦ୍ୟାଳୟ ନିକଟସ୍ଥ ଗୋବର୍ଦ୍ଧନ ପଡ଼ିଆରେ ମଧ୍ୟକୁ ନେଇଯାଇ ସେଠାରେ ଲୁଚାଇ ରଖିଥିଲେ । ଖବର ପାଇ ଶିଳ୍ପାଞ୍ଜଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ଜବତ ଥିଲା । ଏନେଇ ୪୪୬/୨୦ରେ ମାମଲା ରୁଜ୍ଜୁ କରାଯାଇ ଡ଼୍ରାଇଭର ଓ ହେଲପରକୁ ଗିରଫ କରାଯାଇଥିଲା । ଆଜି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲଣ କରାଯାଇଥିବା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର