ରାଉରକେଲା: ସହରର ବିଭିନ୍ନ ସ୍ଥାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଉଛି। ଏହାସହ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭାନ୍ଦା ମାହାଲି, ବାଲାକାର ସିଂହ, ରାମଜିତ ଲାକ୍ରା, ଅଜୟ କିଶାନ ଓ ଗୌରୀ ମୁଣ୍ଡାରୀ। ଅଭିଯୁକ୍ତମାନଙ୍କଠାରୁ ୧୩୫ ଲିଟର ଦେଶୀ ମଦ ଜବତ ହୋଇଛି। ଆଜି ପୂର୍ବାହ୍ନରେ ଅବକାରୀ ପୁଲିସ ଓ ଅବକାରୀ ମୋବାଇଲ ସ୍କ୍ବାଡ୍ ପକ୍ଷରୁ ମିଳିତଭାବେ ବାଲୁଘାଟ, ଗାନ୍ଧୀରୋଡ୍, ସେକ୍ଟର-୧୮ ଗୋଲ ଫିଲ୍ଡ ଆଦି ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଚଢ଼ଉ ଅନୁଷ୍ଠିତ ହୋଇଥିଲା।
ଅବକାରୀ ଚଢ଼ଉ: ୫ ଗିରଫ, ୧୩୫ ଲିଟର ଦେଶୀ ମଦ ଜବତ
/sambad/media/post_attachments/wp-content/uploads/2021/10/79237a4c-b73f-4716-b9a3-077931ad152b.jpg)