କୋରାପୁଟ: ପଞ୍ଚମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାରଣ୍ଡାରେ ୪ ଘଣ୍ଟା ପଡି ରହିଲା ଶବ

ଜୟପୁର: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଥିବା ଦୋରାଗୁଡା ଆଶ୍ରମ ସ୍କୁଲର ଜଣେ ପଞ୍ଚମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କର ସୋମବାର ଆକସ୍ମିକ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କର ଘର ଲମତାପୁଟବ୍ଲକ ଦେଉଳପଡା ଗାଁରେ ଓ ତାଙ୍କ ନାଁ ନରସିଂହ ପୂଜାରୀ(୧୦)ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ନରସିଂହ ପୂଜାରୀ ଆଜି ସକାଳୁ ଦୁର୍ବଳ ଅନୁଭବ କରିବାରୁ ତାଙ୍କୂ ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାଙ୍କୁ ଚିଏସସି କର୍ତ୍ତୃପକ୍ଷ ଜୟପୁର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଇଥିଲେ। ଜୟପୁର ଜିଲ୍ଲା ମେଡିକାଲ ପ୍ରାୟ ଦିନ ୧ଟାରେ ପହଞ୍ଚିଥିବାବେଳେ ଡାକ୍ତର ମୃତ ଭାବେ ଘୋଷଣା କରିଥିଲେ।

ତେବେ ପ୍ରତିଦିନ ପରି ଆଜି ମଧ୍ୟ ଜୟପୁର ଜିଲ୍ଲା ମେଡିକାଲରେ ଏହି ୫ ବର୍ଷର ଶିଶୁଙ୍କର ଶବ ପ୍ରାୟ ୫ ଘଣ୍ଟା ଧରି ପଡିରହିଥିଲା। ତେବେ ଡାକ୍ତରଖାନା ପକ୍ଷରୁ ଜୟପୁର ସଦରଥାନାକୁ ବିଳମ୍ବେ ଖବର ଦିଆଯାଇଥିବାବେଳେ ପୁଲିସ ପ୍ରାୟ ୪ଟାବେଳେ ଆସିଥିଲାବେଳେ ଏହି ମାମଲା ବୈପାରିଗୁଡା ପୁଲିସର ବୋଲି ଜାଣିବା ପରେ ସେହି ପୁଲିସ ଷ୍ଟେସନ ଆସିଥିଲେ ମଧ୍ୟ ଆଜି ଶବବ୍ୟବଚ୍ଛେଦ ହୋଇପାରିନାହିଁ। ଅନ୍ୟପକ୍ଷରେ ଶିଶୁଟିର ମୃତ୍ୟୁ କିପରି ହେଲା ତାହାକୁନେଇ ଆଶଙ୍କା ପ୍ରକାଶ ପାଇଛି।

ମିଳିଥିବା ସୂଚନା ମୁତାବକ ନିୟମିତ ବ୍ୟବଧାନରେ ଏହି ଆଶ୍ରମ ସ୍କୁଲରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ୧୮ ତାରିଖରେ ମାସିକିଆ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ଉକ୍ତ ଶିଶୁଟିକୁ ମ୍ୟାଲେରିଆ ସହ ରକ୍ତହୀନତା ହୋଇଥିବା ଜଣାପଡିଥିଲା। ହେଲେ କିପରି ସ୍କୁଲ କତ୍ତୃର୍ପକ୍ଷ ଏହାକୁ ଅଣଦେଖା କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର