ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମ ନିକଟରେ ଏକ ବେଆଇନ ଗୋରୁ ବୋଝେଇ କଣ୍ଟେନର୍ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ କଣ୍ଟେନର୍ ମଧ୍ୟରେ ଥିବା ୫ ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ସୂଚନା ଅନୁଯାୟୀ କୋଲକାତା ଅଭିମୁଖେ ଯାଉଥିବା କଣ୍ଟେନର (ଡବ୍ଲୁବି-୧୧ଡି-୩୭୫୦) ସହିତ ବିପରୀତ ଦିଗରୁ ଆସୁଥିବା ହାଇୱା (ଓଡି-୩୫ଡି- ୬୬୫୦) ମଧ୍ୟରେ ଗୁରୁବାର ଭୋର କଲା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଝରଣା ପେଟ୍ରୋଲ ପମ୍ପ ସମ୍ମୁଖରେ ମୁହାଁମୁହିଁ ଧକ୍କା ହୋଇଥିଲା।
ସ୍ଥାନୀୟ ଗ୍ରାମବାସୀମାନେ କଣ୍ଟେନର୍ ମଧ୍ୟରେ ଥିବା ଅନ୍ୟ ଗୋରୁଗୁଡ଼ିକର ପତ୍ତା ମିଳି ନ ଥିବାବେଳେ ୫ ଗୋରୁଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିବା କହିଥିଲେ। ଏନେଇ ବାରକୋଟ ଥାନା ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନର୍ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଉଭୟ ଗାଡ଼ିର ଚାଳକ ଓ ହେଲପର ଫେରାର ହୋଇ ଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/6d88b7bc-8c8b-495a-aab2-87a733ec9064.jpg)