ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକରେ ରହିଥିବା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରୁ ଗତକାଲି ରାତିରେ ବଡ ଧରଣର ଡକାୟତି ହୋଇଥିଲା।ଏହି ଡକାୟତିରେ ସାମିଲ ଥିବା ୫ ଜଣ ଡକାୟତକୁ ଗିରଫ କରାଯିବା ସହ ଲୁଟ କରିଥିବା ଟଙ୍କାକୁ ପୁଲିସ ଜବତ କରିଛି।
ଆଜି ଡକାୟତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ପୁଲିସ ଏସଡିପିଓ ଅଭିଳାଷ କୁମାର ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ମାଥିଲି ଠାରେ ରହିଥିବା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ସହକାରୀ ନିର୍ଦେଶକ ପ୍ରମୋଦ କୁମାର ବେହେରା ମାଥିଲି ଥାନାରେ ଏତଲା ଦାୟର କରିଥିଲେ ଯେ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଛୁରୀ ଦେଖାଇ କୃଷକମାନଙ୍କ ଠାରୁ ଆଦାୟ ହୋଇଥିବା ଟଙ୍କାକୁ ଲୁଟ କରି ନେଇଯାଇଛନ୍ତି।
ମାଥିଲି ଆଇଆଇସି ରଘୁନାଥ ମାଝିଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା। ତେବେ ଏହି ଡକାୟତିରେ ଯେଉଁ ଏଜେଣ୍ଟ ଟଙ୍କା କୃଷକମାନଙ୍କ ଠାରୁ ଆଣିଥିଲା ସେହି ହିଁ ଥିଲା ମାଷ୍ଟର ମାଇଣ୍ଡ। ପୁଲିସକୁ ବହୁତ କଷ୍ଟ କରିବାକୁ ପଡି ନଥିଲା। କଲେକସନ ଏଜେଣ୍ଟ ଭାବେ କାମ କରୁଥିବା ରାମ ଚନ୍ଦ୍ର ନାଗକୁ ପୁଲିସ କାବୁ କରିଥିଲା। ରାମକୁ ପୁଲିସ ପଚରା ଉଚରା କରିବା ପରେ ସବୁ କଥା ପଦାକୁ ଆସିଥିଲା।
/sambad/media/post_attachments/wp-content/uploads/2021/07/Mkg-Docait-gang-arrestemoney-recovered-1-300x135.jpg)
ମାଥିଲି ପୁଲିସ ଆଜି ତଦନ୍ତ କରିବା ସମୟରେ ରାମକୁ ଧରି ପଚରାଉଚରା କରିବା ପରେ ସମସ୍ତ ଡକାୟତକୁ ପୁଲିସ ଗିରଫ କରିବା ସହ ୮ ଲକ୍ଷ ୭୧ ହଜାର ଟଙ୍କର ଜବତ କରିଥିଲା। ଏଥିସହ ଗୋଟିଏ ଛୁରୀ ସହ ଚାରୋଟି ମଟର ସାଇକେଲ ଓ ୫ଟି ମୋବାଇଲ ଜବତ ମଧ୍ୟ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମାଥିଲି ଥାନା ଅଂଚଳର ଦାଲଗୁଡାର ରାମ ଚନ୍ଦ୍ର ନାଗ,ପାତ୍ରପୁଟ ଗ୍ରାମର ପ୍ରଶାନ୍ତ କୁମାର ସଗରିଆ(୩୧),ମେଣ୍ଡକୁଲିର ରତନ ମାଝି(୩୧),ମେଣ୍ଡକୁଲିର ଆନନ୍ଦ କଶ୍ୟପ(୩୫) ଏବଂ ମାଡକାମିଗୁଡାକର କୃଷ୍ଣ କଟିଆ(୩୮)। ତେବେ ପୁଲିସ ସମସ୍ତ ଟଙ୍କା ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା କହିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ମାଲାକାନଗିରି ଆଇଆଇସି ରାମ ପ୍ରସାଦ ନାଗ ଏବଂ ମାଥିଲି ଆଇଆଇସି ରଘୁନାଥ ମାଝି ମଧ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Mkg-Docait-gang-arrestemoney-recovered-4.jpg)