ବୌଦ୍ଧ: ଜାମୁନାଳ ଉପରେ ୫ ଫୁଟ ପାଣି, ୨ଟି ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଜହ୍ନାପଙ୍କ ଠାରୁ ଖମାରୀପଡାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ କମିରା-ଦାମଦରପୁର ଗ୍ରାମର ମଝିରେ ବହି ଯାଉଥିବା ଜାମୁନାଳ ଉପରେ ରବିବାର ପାଞ୍ଚ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ମୁଣ୍ଡାପଡା ପଂଚାୟତ କମିରା, ଖଣ୍ଡପଡା, ଖମାରୀପଡା ସମେତ ବ୍ରକ୍ଷହ୍ମଣିପାଲି ପଂଚାୟତର ଲୋକେ ଏହି ରାସ୍ତାରେ ଯିବାଆସିବାକୁ ସମ୍ପୂର୍ଣ ଠପ ହୋଇଯାଇଛନ୍ତି । ଫଳରେ ଲୋକେ ପାଣି ନକମିବାରୁ ବାଧ୍ୟହୋଇ ମୁଣ୍ଡାପଡା-ହରିପୁର ରାସ୍ତା ଦେଇ ତେଲିବନ୍ଧଠାରେ ପହଂଚି ଅନ୍ୟ ସ୍ଥାନକୁ ଯାଉଛନ୍ତି।

ଜହ୍ନାପଙ୍କ-ଖମାରୀପଡା ରାସ୍ତାର ଉନ୍ନତି କରଣ କାର୍ଯ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ କାମ ଚାଲୁଥିବା ବେଳେ ଏହି ରାସ୍ତାରେ ୨ଟି କେନାଲ ପୋଲ କାମ ଚାଲିଥିଲା। ଜାମୁନାଳ ଉପରେ ବର୍ତମାନ ସୁଦ୍ଧା ପୋଲ କାମ ସମ୍ପୃକ୍ତ ଠିକାଦାର କରି ନଥିବାରୁ ଜାମୁନାଳରେ ପାଞ୍ଚ ଫୁଟ ପାଣି ପ୍ରବାହିତ ହେବା ଯୋଗୁଁ ଲୋକଙ୍କୁ ଆଜି ଏପରି ଅବସ୍ତା ଭୋଗିବାକୁ ପଡିଛି। ସମ୍ପୃକ୍ତ ଠିକାଦାର ଜହ୍ନାପଙ୍କ ମଦଭାଟି କେନାଲଠାରେ ହେଉଥିବା ପୋଲ କାମ ୮୦ ଶତକଡା କାମ କରିଥିବା ବେଳେ ମକୁନ୍ଦପୁର ଗ୍ରାମ ପାଖରେ ହେଉଥିବା ଅନ୍ୟ ପୋଲ କାମ ଅର୍ଦ୍ଧକ ହୋଇ ପଡିଛି। କିନ୍ତୁ ଆଉ ଏକ ପୋଲ ଜାମୁନାଳର କାମ ମୋଟେ ଆରମ୍ଭ ହୋଇ ନାହିଁ। ଏହା ସହ ରାସ୍ତା ସମ୍ପୂର୍ଣ ହେବାର ଅବଧି ମାସେ ବିତି ଯାଇଥିଲେ ମଧ୍ୟ ଏହାର କାମ ଆରମ୍ଭ ହୋଇନାହିଁ।

ଗତ କାଳି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜାମୁନାଳରେ ପାଞ୍ଚ ଫୁଟ ପାଣି ପ୍ରବାହିତ ହେଉଛି। ଏହି ନାଳରେ ପ୍ରତିବର୍ଷ ବନ୍ୟା ଜଳ ଆସିବା ଯୋଗୁଁ ବିଶେଷ ଭାବେ କମିରା ଗ୍ରାମବାସୀ ବିପଦର ସମ୍ମୁଖୀନ ହୋଇଥାନ୍ତି। ଗ୍ରାମର ଗୋଟିଏ ପଟେ ଜାମୁନାଳ ଓ ଅନ୍ୟ ପଟେ ସାଲୁଙ୍କି ନଦୀ ବହୁ ଥିବା ବେଳେ ବନ୍ୟା ହେଲେ ଗ୍ରାମକୁ ଚାରିପଟେ ବନ୍ୟା ଜଳ ଘେରି ରହିଥାଏ। ତେଣୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଥିପାଇଁ ଗ୍ରାମବାସୀ ଏହି ପୋଲକୁ ଉାକ୍ଷ କରିବା ସହ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ମଧ୍ୟ ଏହା କରାଯାଇ ନାହିଁ। ତେଣୁ ତୁରନ୍ତ ଏହି ରାସ୍ତାରେ ପଡୁଥିବା ୩ ପୋଲକୁ ତୁରନ୍ତ ସମ୍ପୂର୍ଣ ତିଆରି କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର