ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ ପଞ୍ଚାୟତରେ ଆଜି ଗୋଟିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଅନ୍ୟ ୫ଟି ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଜୟଦେବ ବିଧାୟକ ଡ.ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ମହୁଖଣ୍ଡା ଗ୍ରାମ ସ୍ଥିତ ୪ ଏକର ପରିମିତ କୁଣ୍ଡ ପୋଖରୀ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉକ୍ତ ପୋଖରୀ ପୁନରୁଦ୍ଧାର ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପାଣ୍ଠିରୁ ୧୦ ଲକ୍ଷ ଯଙ୍କା ମଂଜୁର ହୋଇଛି।
ଏହି ଅର୍ଥରେ ପଙ୍କ ଉଦ୍ଧାର ସହ ଚାରିପାଖରେ କଂକ୍ରିଟ ଗାର୍ଡ଼ ୱାଲ ନିର୍ମାଣ ହେବ। ସେହିପରି ମହୁଖଣ୍ଡା ଶାସନ, ସାହେବନଗର ମୁଖୀ ସାହି, ବାତ୍ୟା ଆଶ୍ରୟ ସ୍ଥଳୀ, ଜୟଦେବ ପୀଠ ମୁଖ୍ୟ ଗେଟ ସମେତ ମୁଖୀସାହି ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ସ୍ଥାନୀୟ ସରପଞ୍ଚ ପ୍ରଜ୍ଞା ପରମିତା ଜେନାମଣି ଓ ୧୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଗତକାଲି ବିଧାୟକ ଅରିଙ୍ଗୋଳ ଛକ ଓ ପଟୁପଡ଼ା ଛକରେ ଆଉ ଦୁଇଟି ହାଇମାଷ୍ଟ ଲାଇଟ ଉଦଘାଟନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/WhatsApp-Image-2021-01-25-at-6.23.00-PM.jpeg)