ବୁଲେଟ ଧକ୍କାରେ ଚାଳକ ସହ ୫ ଆହତ  

ପାପଡାହାଣ୍ଡି,/ମଇଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଗ୍ରାମ ଚରାମୁଲା ଛକ ନିକଟରେ ସନ୍ଧ୍ୟା ୬ଟା ସମୟରେ ବୁଲେଟ ଧକ୍କାରେ ଚାଳକ ସହ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଉମରକୋଟ ଟାଉନ ର ବଉଳ ମଣ୍ଡଳ (୧୯) ଗୋବିନ୍ଦ ସେନ (୨୪) ପିଣ୍ଟୁ ମାଝୀ(୨୧) ରାକେଶ ମାଝୀ (୨୨) ସେମାଳା ଗ୍ରାମରେ ପୁଟି କାମକରି ରହୁଛନ୍ତି । ଆଜି ସନ୍ଧ୍ୟା ସମୟରେ ମଇଦଲପୁର ବଜାରକୁ ଆସି ପନିପରିବା କିଣି ଚାଲି ଚାଲି ସେମାଳା ଗ୍ରାମକୁ ଫେରୁଥିଲେ । ମଇଦଲପୁର ଗ୍ରାମ ଚରାମୁଲା ଚକ ନିକଟରେ ଜୟପାଟଣାରୁ କୋରାପୁଟ ଯାଉଥିବା ବୁଲେଟ ଓଡ଼ି -୦୮ ଏମ ୨୬୭୪ ପଛପଟୁ ଚାରି ଜଣ କୁ ଧୋକ୍କା ଦେଇଥିଲା । ଦୁର୍ଘଟଣାରେ ବୁଲେଟ ଚାଳକ ଜୟପାଟଣା ଗ୍ରାମର୍ ତେଜରାଜ ନାୟକ ସହ ଚାରି ଜଣ ପଥ ଚାରି ଆହତ ହୋଇଥିଲେ ।

ଗ୍ରାମବାସୀ ପାଞ୍ଚ ଜଣ ଆହତକୁ ମଇଦଲପୁର ଉପସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେଜରାଜଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ରେ ତେଜରାଜ ସ୍ୱାସ୍ଥ ଅଵସ୍ଥା ଉନ୍ନତି ନହେବା ଯୋଗୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ବଉଳ ଓ ଗୋବିନ୍ଦ ବର୍ତ୍ତମାନ ମଇଦଲପୁର ଉପସ୍ୱାସ୍ଥ କେନ୍ଦ୍ର ଚିକିତ୍ସିତ ହେଉଛନ୍ତି ତାଙ୍କ ସ୍ୱାସ୍ଥ ଅଵସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ସୂଚନା ମିଳିଛି। ପିଣ୍ଟୁ ମାଝୀ ଓ ରାକେଶ କୁ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ମଇଦଲପୁର ଫାଣ୍ଡି ଏଏସଆଇ ଘଟଣା ସ୍ଥଳ ପହଞ୍ଚି ବାଇକ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର