ଝାରସୁଗୁଡ଼ାରେ କୋଭିଡ ହସ୍ପିଟାଲ ପରଦର୍ଶନ ଓ ସମୀକ୍ଷା କଲେ ୫-ଟି ସଚିବ ଓ ଉନ୍ନୟନ କମିସନର

ଝାରସୁଗୁଡ଼ା: ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଝାରସୁଗୁଡା ଗସ୍ତରେ ଆସି ଜିଲ୍ଲାରେ କୋଭିଡର ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କମିଶନର ଶ୍ରୀ ମହାପାତ୍ର ଓ ସଚିବ ଶ୍ରୀ ପାଣ୍ଡିଆନ ଜିଲ୍ଲାରେ କୋଭିଡ ସଂକ୍ରାନ୍ତୀୟ ସମସ୍ତ ସରକାରୀ ନିର୍ଦ୍ଦେଶର ଅନୁପାଳନ ଦିଗରେ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

କୋଭିଡର ମୁକାବିଲା ପାଇଁ ସଂଗରୋଧର ଆବଶ୍ୟକତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ , ପୂର୍ତ୍ତ ବିଭାଗ ଅଧୀନରେ ଚାଲୁଥିବା ରାସ୍ତା , ବ୍ରିଜ କାମ ସମେତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ , ମୃତ୍ତିକା ସଂରକ୍ଷଣ , ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା , ବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ , ବୃକ୍ଷରୋପଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ।

କୋଭିଡର ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଅବଗତ କରାଇଥିଲେ । ବୈଠକରେ ଉତ୍ତରାଞ୍ଚଳ ଡି ଆଇ ଜି ହିମାଂଶୁ ଲାଲ , ଜିଲ୍ଲାପାଳ ସରୋଜ କୁମାର ସାମଲ , ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ, ସି ଡି ଏମ୍ ଓ ଜଗଦୀଶ ଚନ୍ଦ୍ର ବାରିକ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର