୫ ଡକାୟତଙ୍କୁ ବାନ୍ଧିଲା ପୁଲିସ; ୩.୧୦ ଲକ୍ଷ, ମୋଟରବାଇକ୍‌ ଓ ସ୍କୁଟି ଜବତ

ରାଉରକେଲା: ସିଭିଲଟାଉନସିପ୍‌ର ଜଣେ ବ୍ୟବସାୟୀ କର୍ମଚାରୀଙ୍କଠୁ ଡକାୟତି ଘଟଣାର ପର୍ଦ୍ଦାଫାସ ହୋଇଛି। ରଘୁନାଥପାଲୀ ପୁଲିସ ୪ ଡକାୟତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶୀତଳପଡା (ନୂଆ ଗେଟ୍‌)ର ଧୀରଜ ସିଂହ (୧୯) ଓ ମନୀଷ କୁମାର ଯାଦବ (୨୦), ବିଶ୍ରା ଡାହାର ରୋଡର (ହନୁମାନ ମନ୍ଦିର ନିକଟ ବସ୍ତି)ର ନିଖିଳ ରାୟ ଓରଫ ଦୀପକ ରାୟ (୨୧), ପାୱାରହାଉସ୍‌ ରୋଡର ଅଜୟ ପଟ୍ଟନାୟକ ଓରଫ୍‌ ଟିମ୍ବା (୨୧), ଉଦିତନଗର କଚେରୀ ରୋଡ ବିଶାଳ ମେଗା ମାର୍ଟ ନିକଟ ଗଳିର ନୀଲ ପଲ୍‌ ଓରଫ୍‌ ସାରଦା (୩୬)। ଏମାନଙ୍କ ନିକଟରୁ ପୁଲିସ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା, କେଟିଏମ୍‌ ମୋଟରବାଇକ୍ (ଓଡି୧୪ପି-୭୨୩୭), ସ୍କୁଟି (ଓଡି୧୪ୟୁ ୯୦୨୭)।

ଗିରଫ ଅଜୟ ନାଁରେ ଉଦିତନଗର ଥାନାରେ ଦୁଇଟି, ନୀଲ ପଲ୍‌ ନାଁରେ ଉଦିତନଗର ଥାନାରେ ୭ରୁ ଅଧିକ ଅପରାଧିକ ମାମଲା ରହିଛଇ। ସେମିତି ଧୀରଜ ସିଂ ନାଁରେ ମଧ୍ୟ ଉଦିତନଗର ଥାନାରେ ଅପରାଧିକ ମାମଲା ରହିଛି। ଆଜି ରଘୁନାଥପାଲୀ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାନପୋଷ ଏସ୍‌ଡିପିଓ ଏସ୍‌. ନୂତନ ସାମଦ କହିଛନ୍ତି। ସେ କହିଛନ୍ତି, ଗ୍ୟାଙ୍ଗର ଅନ୍ୟ କେହି ଡକାୟତି ଅଛନ୍ତି ନାହିଁ ପୁଲିସର ତଦନ୍ତ ଚଳାଇଛି। ବ୍ୟବସାୟୀ କର୍ମଚାରୀଙ୍କ ଠାରୁ ଗିରଫ ଡକାୟତିମାନେ ନଗଦ ୪ ଲକ୍ଷ ୭୭ ହଜାର ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ସିଭିଲଟାଉନସିପ୍‌ରେ ଜଣେ ବ୍ୟବସାୟୀ ରହନ୍ତି।

ଗତ ୧୧ ତାରିଖରେ ରାତି ପ୍ରାୟ ସାଢ଼େ ୧୦ଟାରେ ବ୍ୟବସାୟୀଙ୍କ କର୍ମଚାରୀ ଅଫିସ୍‌ରୁ ୪ ଲକ୍ଷ ୭୨ ହଜାର ଟଙ୍କା ନେଇ ସିଭିଲଟାଉନ୍‌ସିପ୍‌ ଯାଉଥିଲେ। ବିରଜାପାଲି ଅଗ୍ରସେନ୍‌ ଭବନ ନିକଟରେ ଗିରଫ ୫ ଡକାୟତ ତାଙ୍କୁ ଅଟକାଇଥିଲେ। କର୍ମଚାରୀ ଜଣକ ରହିବା ପରେ ୫ ଡକାୟତିମାନେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ‌ମୋଟରବାଇକ୍‌ରେ ଫେରାର ହୋଇଯାଇଥିଲେ। କର୍ମଚାରୀ ଜଣକ ଏ ସଂକ୍ରାନ୍ତରେ ମାଲିକଙ୍କୁ ଜଣାଇଥିଲେ। ମାଲିକଙ୍କ ସହ ଥାନାରେ ପହଞ୍ଚି କର୍ମଚାରୀ ଜଣକ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

ସମ୍ବନ୍ଧିତ ଖବର